ଖରିଆର ରୋଡ଼ରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଶାଖା ଉଦ୍‌ଘାଟିତ

Jun 23, 2024 - 18:30
 0  8
ଖରିଆର ରୋଡ଼ରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଶାଖା ଉଦ୍‌ଘାଟିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ସହରରେ ଇଣ୍ଡିଆନ ଓଭରସିଡ୍ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯୋଗ ଦେଇ ଏହି ଶାଖାକୁ ଉଦ୍‌ଘାଟନ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ବ୍ରହ୍ମପୁର ସିଆରର୍ଏମ୍ ମନୀଷ କୁମାର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖରିଆର ରୋଡ୍ ଏନ୍ଏସି ନିର୍ବାହୀ ଅଧିକାରୀ କମଳାସନ ରଥ, ପୂର୍ବ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ମହାରଣା, ଶାଖା ପ୍ରବନ୍ଧକ ଜ୍ୟୋତି ରଂଜନ ଛତ୍ରିଆ ଯୋଗ ଦେଇଥିଲେ l

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ