।। ଖରିଆର ରୋଡ ଏନଏସିରେ ଥିବା ମୁଣ୍ଡାଗାଁ ୱାର୍ଡ ନo-2 ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ।।

Mar 13, 2024 - 21:29
 0  46
।। ଖରିଆର ରୋଡ ଏନଏସିରେ ଥିବା ମୁଣ୍ଡାଗାଁ ୱାର୍ଡ ନo-2 ସ୍ଥିତ  ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ।।

ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନଏସିରେ ଥିବା ମୁଣ୍ଡାଗାଁ ୱାର୍ଡ ନମ୍ବର 2 ସ୍ଥିତ ଆଭାଷି ଜରିଆରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ l ଏହି ଅବସରରେ ନୂଆପଡା ବିଧାୟକ ତଥା ଯୋଜନା ଓ ସଂଯୋଜନ। ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓଡିଶା ସରକାର, ନୂଆପଡା ଜ଼ିଲ୍ଲାପାଳ ହେମକାନ୍ତ ସାୟ, ଖରିଆର ରୋଡ ନଗରପାଳ ଡ଼. ସୋନିଆ ଜୈନ, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ଖରିଆର ରୋଡ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ଉଦଘାଟନ ଉତ୍ସବରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କ୍ରୀଡା, ସ୍ପୋର୍ଟ୍ସ, ଜିମରେ ଯୋଡି ହେଉଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି, ଜୟ ଢୋଲକିଆ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଏସ.ଡି.ସି ଚ୍ୟାରମେନ ଭଗତରାମ ମାଝି, ଆମ ଓଡିଶା ନବୀନ ଓଡିଶା ସଂଯୋଜକ ରାମଲାଲ ହଂସ, ପୂର୍ବତନ ଚେୟାରମ୍ୟାନ ଶେଖର ଜୈନ, ଆଇନଜୀବୀ ରମେଶ ଅଗ୍ରୱାଲ, ରାଜେଶ ନିଗମ, ପାର୍ଷଦ ମୋହନ ଚେଲକ, ଗୌରୀ ଶଙ୍କର ପଟେଲ ଏବଂ ଆସିଥିବା ଅତିଥିମାନେ ଷ୍ଟାଡିୟମ ପରିଦର୍ଶନ କରିଥିଲାବେଳେ ବହୁ ସଂଖ୍ୟାରେ ନଜସାଧାରଣ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ