କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

Feb 14, 2025 - 16:20
 0  189
କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିରିମସ୍କା ଉଚ୍ଚ ବିଦ୍ୟାଳୟ ଗ୍ରାମ ପଞ୍ଚାୟତ ଠାରେ ସିଆରସିସି ମୁକୁନ୍ଦ ବାଗ ଙ୍କ ତତ୍ତ୍ଵାବଧାନରେ ଫେବୃୟାରୀ ୧୧ ତାରିଖ ଦିନ "ନିପୂଣ ଓଡିଶା ମେଳା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୧୦ ଟି ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରି ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ସୁଯୋଗ ମିଳିଥିଲା। ଅକ୍ଷର ଜ୍ଞାନ ସହିତ ଗାଣିତିକ ଜ୍ଞାନ ଓ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଅବଗତ କରିଥିଲେ । ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ବୌଦ୍ଧିକ ସ୍ତରରେ ବିକାଶ ହେବା ସହିତ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସିଆରସିସି ଶ୍ରୀ ବାଗ ମତପ୍ରକାଶ କରିଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ନାଏକ ସିରୀମସ୍କା , ମୂଖ୍ୟବକ୍ତା ଅରବିନ୍ଦ ସ୍ଵାଇଁ ପ୍ରଧାନଶିକ୍ଷକ ଜିଭିଏସ୍ଏନ୍ , ସମ୍ମାନୀୟ ଅତିଥି ଭାବେ ଶ୍ରୀମତୀ ଗୀତାଞ୍ଜଳି ମାଝୀ ସରପଞ୍ଚ ସିନ୍ଧିପଦର, ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମର ଟେଭାକଲମ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃଷ୍ଣପ୍ରସାଦ ନାଏକ,କୁମୁଡାବାହାଲ ର ଅଜୟ ନାଏକ,ସମାପଲା ର ଦିଗନ୍ତ ମାଝୀ,କାଞ୍ଜିଗୁଡା ର ଯଦୁମଣି ନାଏକ ବାର୍ଷିକେନା ସମ୍ବିତା ମାଝୀ, ଶୁଣ୍ଢିଯୋବା ର ଗଜେନ୍ଦ୍ର ମାଝୀ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୀଚେମସ୍କା ହାକୁରାଏ ମାଝୀ,ସିନ୍ଧିପଦର ଚକ୍ରଧର ମାଝୀ,ସରକାରୀ ଉଚ୍ଚ ବିଦ୍ୟାଳୟ ସିନ୍ଧିପଦର ଚକ୍ରଧର ଭୋଇ, ଗୋପାଳପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ମିନାକ୍ଷୀ ସାମଲ ପ୍ରମୂଖ ଉପସ୍ଥିତ ଥିଲେ। ଶେଷରେ ରାହୁଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣାରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ