।। କେରଳରୁ ନିଜ ଜନ୍ମଭୂମିକୁ ଅମଠାଗୁଡ଼ାକୁ ଫେରିଲା ଦାଦନ ଶ୍ରମିକ ନରେନ୍ଦ୍ର ମାଝୀଙ୍କ ମୃତ ଶରୀର ।।

Oct 16, 2023 - 18:30
 0  113
।। କେରଳରୁ ନିଜ ଜନ୍ମଭୂମିକୁ ଅମଠାଗୁଡ଼ାକୁ ଫେରିଲା ଦାଦନ ଶ୍ରମିକ ନରେନ୍ଦ୍ର ମାଝୀଙ୍କ ମୃତ ଶରୀର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅମଠାଗୁଡା ଗାଁ ର ନରେନ୍ଦ୍ର ମାଝୀ ଗତ ଚାରି ମାସ ତଳେ କେରଳର ଏକ ଘରୋଇ କ୍ରସର କମ୍ପାନୀକୁ ନିଜ ପରିବାରର ପ୍ରତି ପୋଷଣ କରିବାକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ କରିବା ସମୟରେ ତାଙ୍କ ମୁଣ୍ଡରେ କ୍ରସର ଗେଟି ଆଘାତ ହେବାରୁ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସେଠାରେ ଥିବା ତାଙ୍କ ସମ୍ପର୍କୀୟ ତାଙ୍କ ପରିବାରକୁ ଫୋନ ଯୋଗେ ନରେନ୍ଦ୍ରଙ୍କ ମୃତ୍ୟୁ ଖବର ଜଣାଇବାରୁ ଗତ 14 ତାରିଖରେ ଥୁଆମୂଳ ରାମପୁର ଥାନା, ସ୍ଥାନୀୟ ବି. ଡି. ଓ, ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । କେରଳରୁ ମୃତ ଶରୀର ଫେରାଇ ଆଣିବା ସହ ଆର୍ଥିକ ସାହାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ । ଆଜି ଅର୍ଥାତ ତା 16.10.2023 ସୋମବାର ଦିନ କମ୍ପାନୀ ସହାୟତାରେ ନିଜ ଜନ୍ମମାଟି ଅମଠାଗୁଡ଼ାକୁ ନରେନ୍ଦ୍ର ମାଝୀଙ୍କ ମର ଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଗଲା। ପରେ ତାଙ୍କ ଜନ୍ମମାଟି ଶ୍ମଶାନରେ ଶବଦାହ କରାଗଲା । ଆତ୍ମୀୟ ସ୍ଵଜନ ଜ୍ଞାତି କୁଟୁମ୍ବ ଓ ବନ୍ଧୁ ବର୍ଗ ତଥା ଗ୍ରାମବାସୀ ମନରେ ଏହି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି ।

 କଳାହାଣ୍ଡି ଜିଲ୍ଲ ଥୁଆମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ