।।କୁନ୍ଦ୍ରା ବ୍ଲକ ବେଢାପାଉଁସି ଗ୍ରାମରେ ବାଲିଯାତ୍ରା ଉତ୍ସବ ।।

May 17, 2023 - 13:45
 0  10
।।କୁନ୍ଦ୍ରା ବ୍ଲକ ବେଢାପାଉଁସି ଗ୍ରାମରେ ବାଲିଯାତ୍ରା ଉତ୍ସବ ।।

କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଏକ ବଣ ପାହାଡ଼ ପରିବେଷ୍ଠିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣା ଶୁଣା l ଏହି କୁନ୍ଦ୍ରା ବ୍ଲକରେ ବହୁ ଆଦିବାସୀ ସମ୍ପ୍ରଦାୟ ବସବାସ କରନ୍ତି l ଆଉ ସେମାନଙ୍କ ପର୍ବ ପର୍ବାଣି ମଧ୍ୟ ନିଆରା l ଜିଲ୍ଲାର ଆଦିବାସୀ ହିନ୍ଦୁ ରୀତିନୀତି ଅନୁଯାଇ ବିଭିନ୍ନ ପର୍ବ ପର୍ବାଣି ପାଳନ କରୁଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ପର୍ବ ହେଉଛି ବାଲିଯାତ୍ରା l ଆଦିବାସୀ ପରମ୍ପରା ଓ ଭାଇଚାରାର ଏକ ନିଛକ ଉଦାହରଣ କୁନ୍ଦ୍ରା ବ୍ଲକ ବେଢାପାଉଁସି ଗ୍ରାମରେ ଅନୁଷ୍ଠିତ ବାଲିଯାତ୍ରା l ଏହି ବାଲି ଯାତ୍ରା ଗ୍ରାମରେ ଦୀର୍ଘ ଚାରି ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ଦିନ ଏହା ନିଆରା ଢଙ୍ଗରେ ପାଳିତ ହୋଇଥାଏ l ଯାତ୍ରାର ପ୍ରଥମ ଦିନରୁ ଗ୍ରାମବାସୀ ପ୍ରଥମେ ନଦୀରୁ ବାଲି ଆଣିଥାନ୍ତି l ତାପରେ ଗ୍ରାମର ପ୍ରତ୍ୟେକ ଘରୁ ଧାନ, ମୁଗ, ବିରି, ମାଣ୍ଡିଆ, ସୋରିଷ ଆଦି ବିଭିନ୍ନ ପ୍ରକାର ଶସ୍ୟକୁ ନେଇ ଅଣାଯାଇଥିବା ସେହି ନଦୀ ବାଲିରେ ବୁଣିଥାନ୍ତି l ତାପରେ ଯାତ୍ରାର ଶେଷରେ ସେହି ଶସ୍ୟ ଦ୍ୱାରା ବାଲିରେ ହୋଇଥିବା ଗଛକୁ ବାଉଁଶ ଚାଁଗୁଡାରେ ରଖି ମୁଣ୍ଡରେ ଧରି ବିରାଟ ପଟୁଆର ସହ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଗ୍ରାମରୁ ବାହାରି ଗ୍ରାମ ଦେବୀଙ୍କ ପାଖରେ ସମର୍ପଣ କରନ୍ତି ।ଏହି ବାଲି ଯାତ୍ରା କେଉଁ କେଉଁ ଗ୍ରାମରେ 3 ବର୍ଷ ତୋ କେଉଁ କେଉଁ ଗ୍ରାମରେ 5 ବର୍ଷ ଧରି କି ପାଲିତ କରିଥାନ୍ତି। ଏହା ଆଦିବାସୀଙ୍କ ଏକ ନିଆରା ପରମ୍ପରା l ଏହି ବାଲିଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ହଜାର ହଜାର ଗ୍ରାମବାସୀଙ୍କ ସହଯୋଗ ସହ ବାଲିଯାତ୍ରାଟି ବେଶ ଧୂମଧାମରେ ପାଳିତ ହୋଇଯାଇଛି l

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ