ଓଡ଼ିଆ ପକ୍ଷ ପାଳନ ଅବସରରେ " "ବନ୍ଦନୀୟ ବରପୁତ୍ର"କାର୍ଯ୍ୟକ୍ରମ

Apr 13, 2025 - 07:11
 0  43
ଓଡ଼ିଆ ପକ୍ଷ ପାଳନ ଅବସରରେ " "ବନ୍ଦନୀୟ ବରପୁତ୍ର"କାର୍ଯ୍ୟକ୍ରମ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୨.୦୪.୨୦୨୫: ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଆ ପକ୍ଷ ପାଳନ ତ୍ରୟୋଦଶ ଦିବସ ରେ "ବନ୍ଦନୀୟ ବରପୁତ୍ର" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ଵଜିତ ବର୍ମନ୍ ଯୋଗ ଦେଇଥିଲେ ! ମଞ୍ଚରେ ପୂଜାର୍ଚ୍ଚନା ପରେ ଓଡ଼ିଶା ର ବରପୁତ୍ର ମାନଙ୍କ ଫଟୋଚିତ୍ର ରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ! ମଞ୍ଚାସିନ ସମ୍ମାନୀତ ଅତିଥି ରୂପେ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପ୍ରାକ୍ତନ ସଦସ୍ୟ ଅଶୋକ ପଟ୍ଟନାୟକ ଏବଂ ବୁଲୁ ହୋତା, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଉପସ୍ଥିତ ଥିଲେ ! ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାର ଆୟୋଜନ ଓ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସମ୍ବୁ ହୋତା ସଞ୍ଚାଳନ କରିଥିଲେ !ଓଡ଼ିଆ ଜାତିର ନମସ୍ୟ ଓ ପ୍ରାତଃ ସ୍ମରଣୀୟ ବରପୁତ୍ର ମାନଙ୍କ ଓଡିଆ ଅସ୍ମିତା ପ୍ରତି ତାଙ୍କର ନିଷ୍ଠା,ସମୟ,ତ୍ୟାଗ,ବଳିଦାନ ଉପରେ ବିଶେଷ ଆଲୋଚନା ହୋଇଥିଲା ଏବଂ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ଗର୍ବିତ ଓଡ଼ିଆ ଭାବି ଜାତିର ସଂସ୍କୃତି,ପରମ୍ପରା, ଐତିହ କୁ ବଜାୟ ରଖିବା ଏବଂ ଦେଶ ତଥା ବିଦେଶରେ ଏହାର ସୁନାମ ପାଇଁ ଚେଷ୍ଟା କରିବା ବୋଲି ମତ ପ୍ରକାଶ ପାଇଥିଲା !ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଏହି ନବରଙ୍ଗପୁର ମାଟିର ମହାନ୍ ବର ପୁତ୍ର ଡ ସଦାଶିବ ତ୍ରୀପାଠୀ ଙ୍କ ମହତ କାର୍ଯ୍ୟ ଓ ଜୀବନ ଦର୍ଶନକୁ ଉଲ୍ଲେଖ କରି ଜିଲ୍ଲାର ସୁନାମ ଆଣିବାକୁ ନିଜ ସ୍ତରରେ ଉଦ୍ୟମ କରିବା ପାଇଁ ଆହ୍ବାନ କରିଥିଲେ ! ସଭାରେ ୭ ଜଣ ପ୍ରାବନ୍ଧିକ ମାଟିର ସୁପୁତ୍ର ଡ ସଦାଶିବ ତ୍ରୀପାଠୀ, ସାହିତ୍ୟିକ ଭାଗିରଥି ପାତ୍ର,ବିପ୍ଲବୀ ରବି ସିଂ ମାଝୀ, କବି ତ୍ରିପୁରାରି ତ୍ରୀପାଠୀ, କବି ମଞ୍ଜୁଘୋଷ ତ୍ରିପାଠୀ, ଛନ୍ଦ କବି ରଘୁନାଥ ପଟ୍ଟନାୟକ, ଭାଷା ଶିଳ୍ପୀ ମଣିରାମ ଗଣ୍ଡ ଉପରେ ସ୍ବରଚିତ ପ୍ରବନ୍ଧ ପାଠ କରିଥିଲେ ! କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ରୁ କବି,ପ୍ରାବନ୍ଧିକ,ଲେଖକ ସମ୍ମିଳିତ ହୋଇ ନିଜ ନିଜ ସ୍ବରଚିତ କବିତା ଓ ପ୍ରବନ୍ଧ ପାଠ କରିଥିଲେ ! ସର୍ଵ ମୋଟ ୩୬ ଜଣ କବି ଏବଂ ୭ ଜଣ ପ୍ରାବନ୍ଧିକ ନିଜ ରଚିତ କବିତା ଓ ପ୍ରବନ୍ଧ ପାଠ କରିଥିଲେ ! ଯୋଗ ଦେଇଥିବା ସମସ୍ତ କବି ଓ ଲେଖକ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ