ଏମ ପି ସି ୧୯୯୨ ବାଣିଜ୍ୟ ବିଭାଗର ବନ୍ଧୁ ମିଳନ ଅନୁଷ୍ଠିତ

Dec 23, 2024 - 19:28
 0  4
ଏମ ପି ସି ୧୯୯୨ ବାଣିଜ୍ୟ ବିଭାଗର ବନ୍ଧୁ ମିଳନ ଅନୁଷ୍ଠିତ

ବାରିପଦା :-ତା :- ୨୩/୧୨/୨୦୨୪ ରିଖ ରବିବାର ମହାରଜା ପୂର୍ଣ୍ଣ ଚନ୍ଦ୍ର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ୧୯୯୨ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବନ୍ଧୁମିଳନ ପର୍ବ ସ୍ଥାନୀୟ ଗୁରୁଜୀ ଗାର୍ଡେନ ରେ ଅନୁଷ୍ଠିତ ହୋଇଯାଇଛି I ଏହି ବନ୍ଧୁ ମିଳନ ପର୍ବରେ ପ୍ରାୟ ୮୦ ରୁ ଉର୍ଦ୍ଧ ତାଙ୍କର ପରିବାର ବର୍ଗଙ୍କ ନିଜକୁ ସାମିଲ କରିଥିଲେ I ପ୍ରାରମ୍ଭରେ ଏକ ସାଧାରଣ ସଭା ହେବା ସହ ଦିନସାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତେ ଝୁମିଥିଲେ I ପରିଶେଷରେ ବନ୍ଧୁତାକୁ ଅତୁଟ ରଖିବା ପାଇଁ ଏବଂ ସମସ୍ତ ସଦସ୍ୟ ଙ୍କ କଲ୍ୟାଣ ପାଇଁ ଏକ ସଂଗଠନ ଗଢିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା I ଏହି ସଂଗଠନର ନାମ "ଏମ ପି ସି କମର୍ସ ୧୯୯୨ ଫ୍ରେଣ୍ଡସ ୱେଲଫେୟାର ସୋସାଇଟି "ରଖିବାକୁ ସ୍ଥିର କରାଗଲା I ଏହାକୁ ଓଡିଶା ସରକାର ଙ୍କ ଠାରେ ପଞ୍ଜିକୃତ କରାଯିବାକୁ ସ୍ଥିର କରାଯାଇଅଛି I ଉକ୍ତ ସଂସ୍ଥାର ସଭାପତି ଭାବେ ଅମୀୟ କୁମାର ଦଳେଇ, ଉପ ସଭାପତି ଭାବେ ଗୌତମ ଶଙ୍କର ରାୟ ଓ ପ୍ରଭାତ ପାତ୍ର, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ମହାନ୍ତି, ସମ୍ପାଦକ, ସହ ସମ୍ପାଦକ ଭାବେ ଜ୍ଞାନରଞ୍ଜନ ପଣ୍ଡା ଓ ଅଶୋକ ଦାସ ଓ କୋଷାଧକ୍ଷ ଭାବେ ସୁଦିପ ଦାସଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସଭାପତି ଅମୀୟ କୁମାର ଦଳେଇ ସମସ୍ତ ବନ୍ଧୁ ବାନ୍ଧବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଆଗାମୀ ବର୍ଷ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମ୍ପାଦକ ଅମ୍ବିକା ପ୍ରସାଦ ମହାନ୍ତି ଆଲୋକପାତ କରିଥିଲେ I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ