ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ କ୍ୱାଟର ଫାଇନାଲ ରେ ସୁନ୍ଦରଗଡ଼ ବିଜୟୀ

Feb 5, 2026 - 20:48
 0  1
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ କ୍ୱାଟର ଫାଇନାଲ ରେ ସୁନ୍ଦରଗଡ଼ ବିଜୟୀ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ଦିନ ତଥା ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ଓ ପପୁଲାର କ୍ଲବ- ଢେଙ୍କାନାଳ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡ଼ାବିତ ମୃତ୍ୟୁଞ୍ଜୟ ପ୍ରଧାନୀ, ଯୁବ ଆଇନଜୀବୀ ବି. ଶ୍ରୀକାନ୍ତ, ତୃପ୍ତି ରେଷ୍ଟରାଣ୍ଟର ସତ୍ୟାଧିକାରୀ ଶ୍ରୀଧର ପାଳ, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ l ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସୁନ୍ଦରଗଡ଼ର ଖେଳାଳୀ ଅଶାନ୍ତ କେରକେଟା ଙ୍କୁ ଘୋଷଣା କରାଯାଇଥିଲା l ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ସ୍ୱାଇଁ, ଶଶାଙ୍କ ପ୍ରଧାନ, ଶମ୍ଭୁ ନାଥ ମଲ୍ଲିକ ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ୬ ତାରିଖ ତୃତୀୟ ଦିନର ପ୍ରଥମ ସେମି ଫାଇନାଲ ମ୍ୟାଚ ଏଫ ସି ସମ୍ବଲପୁର ସହ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ l ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ - ବରଗଡ଼, ଏଫପିଏସଏ ଟିମ - ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି l ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ l ୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି l ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ