ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ:ପ୍ରଥମ ଦିନରେ କାର୍ଣ୍ଣିଭାଲ ସୋ ଅନୁଷ୍ଠିତ

Dec 1, 2024 - 20:39
 0  8
ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ:ପ୍ରଥମ ଦିନରେ କାର୍ଣ୍ଣିଭାଲ ସୋ ଅନୁଷ୍ଠିତ

ଜିଲ୍ଲାର ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିଲା ବଡ଼ଦାଣ୍ଡ। ମୟୁରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୁରଭଞ୍ଜ ମହୋତ୍ସବ । ଚଳିତ ବର୍ଷ ମୟୁରଭଞ୍ଜ ମହୋତ୍ସବ ସପ୍ତମ ବର୍ଷରେ ପଦାର୍ପଣ କରିଛି। ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଛି ସାଂସ୍କୃତିକ ଶୋଭାଯାତ୍ରା । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ପାରମ୍ପରିକ ନୃତ୍ୟ ଗୀତରେ ଦୁଲୁକିଛି ସାରା ସହର। କାର୍ଣ୍ଣିଭାଲ ସୋ କୁ କମିଟି ଅଧ୍ୟକ୍ଷ ଅସିତ୍ ବରଣ ପତି , ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ସାରସକଣା ବିଧାୟକ ଭାଦବ୍ ହାଁସଦା , ବାରିପଦା ବିଧାୟକ ପ୍ରକାଶ ସୋରେନ, ସଭାପତି ତଥା ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ସାଧାରଣ ସମ୍ପାଦକ କଲିଙ୍ଗ କେଶରୀ ଜେନା, ସଞ୍ଜୀବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେ ତାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଛଉ ପଡିଆ ପର୍ଯ୍ୟନ୍ତ କାରନିଭାଲ ସୋ ଆୟୋଜିତ ହୋଇଛି। ଏହି ସାଂସ୍କୃତିକ ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ଯାଜପୁର ର ଅଘୋରୀ ନୃତ୍ୟ ସାଙ୍ଗକୁ ଶିବ ବିବାହ। ଯାହାକୁ ନେଇ ବଡ଼ଦାଣ୍ଡରେ ଉପସ୍ଥିତ ଜିଲ୍ଲାସାରାର ଜନ ସାଧାରଣ ଉପସ୍ଥିତ ରହି ବେସ ଉପୋଭୋଗ କରିଛନ୍ତି।ନୃତ୍ୟ ଗୀତରେ ଝୁମିଥିଲେ ସମଗ୍ର ଜିଲ୍ଲାବାସୀ। ସହରର ବିଭିନ୍ନ ଚକରେ ଶହ ଶହ ଜନ ସାଧାରଣ ଏହି ଶୋଭାଯାତ୍ରା ର ଝଲକ ଦେଖିବା ପାଇଁ ଭିଡ ଜମାଇଥିଲେ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଜିଲ୍ଲାର ଜାମଦା ର ବାଲାନ୍ସ ଡାନ୍ସ, ମାନଦାର ଦଣ୍ଠା ଡାନ୍ସ, କୁଣ୍ଡଲବଣୀର ମୁଣ୍ଡାରୀ ଡାନ୍ସ , କୁଳିଅଣାର ଦାଶାଇ ଡାନ୍ସ , ଉଦଳର ଦୁଇଟି ସାନ୍ତାଳ ଡାନ୍ସ , ଡୁକୁରା ର ଢାବୁଲ ଡାନ୍ସ, ଶୁଳିଆପଦା ର ପତ୍ର ଡାନ୍ସ , ଶୁଳିଆପଦା ର ଢାବୁଲ ଡାନ୍ସ , ନାଉପାଲ୍ ର ମୁଣ୍ଡାରୀ ଡାନ୍ସ , ବାରିପଦାର ଛଉ ଡାନ୍ସ ଦଳ ଦର୍ଶକ ଙ୍କୁ କରିଥିଲେ ମତୁଆଲା। କେବଳ ଏତିକି ନୁହେଁ ଆଧୁନିକ ଗୀତର ତାଳରେ ମଧ୍ୟ ଜିଲ୍ଲାର ବିଭିନ୍ନ ନୃତ୍ୟ ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଏହି ଶୋଭାଯାତ୍ରାରେ।ଅବଲୁପ୍ତ ମୟୁରଭଞ୍ଜ ଜିଲ୍ଲାର କଳା ସଂସ୍କୃତି, ଲୋକନୃତ୍ୟ ଆଦିକୁ ଯୁବପିଢ଼ି ତଥା ଅନ୍ୟାନ୍ୟ ସମସ୍ତଙ୍କୁ ଜଣାଇବା ପାଇଁ କାରନିଭାଲ ସୋ ଏକ ଭିନ୍ନ ପ୍ରୟାସ ଅଟେ। ଆସନ୍ତା କାଲି ସନ୍ଧ୍ୟାରେ ବାରିପଦାର ଐତିହାସିକ ଛଉ ପଡିଆରେ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଓଲିଉଡ ଗାୟକ କୁଲଦୀପ ସାଙ୍ଗକୁ ଅନ୍ତରା ଚକ୍ରବର୍ତ୍ତୀ ଦର୍ଶକ ଙ୍କ ମନୋମହିବେ। ଏଥି ସହିତ ଜିଲ୍ଲା କଳାକାର ମାନଙ୍କ ଦ୍ବାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କହିଛନ୍ତି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ