ଆମ ସଂକଳ୍ପ,ନିଶା ନୁହେଁ,ଜୀବନ ସଚେତନତା ଅଭିଯାନ ଶେଷ ଦିନରେ ମିନି ମାରାଥନ,ଶୋଭାଯାତ୍ରା ଏବଂ ସଚେତନତା ସଭା

Jun 26, 2025 - 16:46
 0  77
ଆମ ସଂକଳ୍ପ,ନିଶା ନୁହେଁ,ଜୀବନ ସଚେତନତା ଅଭିଯାନ ଶେଷ ଦିନରେ ମିନି ମାରାଥନ,ଶୋଭାଯାତ୍ରା ଏବଂ ସଚେତନତା ସଭା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬.୦୬.୨୦୨୫ ରିଖ: ଗତ ମେ ୩୧ ତାରିଖ ରୁ ଆରମ୍ଭ ହୋଇଥିବା ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର ବ୍ୟବହାର ଓ କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଜୁନ ମାସ ଆଜି ପର୍ୟ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟରେ ଆଜି ସକାଳ ୯.୩୦ ରେ ଏକ ସଚେତନ ପଦଯାତ୍ରା ଏବଂ ଗଣ ଦୌଡ ପୋଲିସ ପଡିଆ ଠାରୁ ଆରମ୍ଭ ହୋଇ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଯାଏଁ ବିଭିନ୍ନ ନିଶା ନିବାରଣ ନାରା ଦିଆ ଯାଇଥିଲା ! ଏହି ସଚେତନ ଯାତ୍ରା କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ,ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତ୍ ,ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ! ଏଥିରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍,ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର ଙ୍କ ସହ ପୋଲିସ, ସି ଆର୍ ପି ଏଫ୍ ଯବାନ,ଅଙ୍ଗନବାଡି କର୍ମୀ,ସ୍ବେଛାସେବୀ ସଂସ୍ଥା ର କର୍ମକର୍ତ୍ତା , ଜନ ସାଧାରଣ ସଚେତନତା ପଦ ଯାତ୍ରା ରେ ସାମିଲ ହୋଇଥିଲେ ! ଗଣଦୌଡ ପରେ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଅବକାରୀ ଅଧିକ୍ଷକ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଉକ୍ତ ବୈଠକ ରେ ମୁଖ୍ୟ ବକ୍ତା ରୂପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ନବରଙ୍ଗପୁର ଶିଶୁ ପ୍ରକଳ୍ପ ଅଧିକାରୀ ମିନତି ନାୟକ, ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ରୁ ଭଉଣୀ ଗୀତାଞ୍ଜଳି, ଆକାଶ ସଂସ୍ଥା ରୁ ପ୍ରେମ ମହାନ୍ତି ,ଜିଲ୍ଲା ଭିନ୍ନକ୍ଷମ ପୁନଃ ଥଇଥାନ କେନ୍ଦ୍ର ଅଧିକାରୀ ବିଭୁଦତ୍ତ ସେଠୀ,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଅବକାରୀ ଉପ ଅଧିକାରୀ ଦିଲୀପ କୁମାର ରଥ ମଞ୍ଚାସିନ ହୋଇ ନିଶା ନିବାରଣ ଉପରେ ବକ୍ତବ୍ୟ ରଖିଥିଲେ ! ନିଶା ଏକ ସାମାଜିକ ବ୍ୟାଧି ରୂପରେ ଉଗ୍ର ରୂପ ଧାରଣ କରିଛି ଏବଂ ଏହାର ନିରାକରଣ ନିମିତ୍ତ ସଚେତନତା ସହ ବ୍ୟାପକ ଧରପ ଗଡ଼ ଉପରେ ମତ ପ୍ରକାଶ ପାଇଥିଲା ! ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା ଅବକାରୀ ବିଭାଗ ତରଫରୁ ରକ୍ତ ଦାନ ଶିବିରରେ ରକ୍ତ ଦେଇଥିବା ବ୍ୟକ୍ତି ଙ୍କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରା ଯାଇଥିଲା ! ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ସଭାକାର୍ଯ୍ୟ ପରିଚାଲାନା କରିଥିଲେ ! ଏଥିରେ ଜିଲ୍ଲା ସାମାଜିକ ବିଭାଗ ରୁ ଧନୁର୍ଜୟ ରଓ ,ବୃନ୍ଦାବନ ,ମିଥୁନ , ସାନୁ,ପୀତବାସ , ସୁକୁନ୍ତାଳା ସହିତ ଅବକାରୀ ବିଭାଗ ରୁ ସ୍ୱର୍ଣାଲତା,ବୃନ୍ଦାବନ,ବିଘ୍ନରାଜ ,ସମୀର , ପ୍ରଭୁତି ଯୋଗ ଦେଇ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ! ଶେଷରେ ନିଶା ନିବାରଣ ଉପରେ ଶପଥ ପାଠ କରା ଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ