ଆଦର୍ଶ ଜଳ ସେବା କେନ୍ଦ୍ର ଉଦଘାଟିତ

Mar 20, 2025 - 20:16
 0  17
ଆଦର୍ଶ ଜଳ ସେବା କେନ୍ଦ୍ର ଉଦଘାଟିତ

ନୂଆପଡା : ଗ୍ରୀଷ୍ମ ଋତୁର ସହଳ ଆଗମନ ଏବଂ ପାନୀୟ ଜଳର ବର୍ଦ୍ଧିତ ଆବଶ୍ୟକତାକୁ ଲକ୍ଷ୍ୟକରି ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଲୋକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଜ୍ଞାପିତ ଅଞ୍ଚଳ ପରିଷଦ , ନୂଆପଡା ସୌଜନ୍ୟରୁ ଏକ ଆଦର୍ଶ ଜଳ ସେବା କେନ୍ଦ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ଘାଟିତ ହୋଇ ଯାଇଛି । ଦିନ ୧୦ ଟାରେ ଏହି ଜଳ ସେବା କେନ୍ଦ୍ରକୁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ନାରିକେଳ ଭାଙ୍ଗି ଏବଂ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଫିତା କାଟି ଉଦଘାଟନ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାୟକ ପ୍ରଥମ ଜଳ ଗ୍ଲାସ୍ ଜିଲ୍ଲାପାଳଙ୍କୁ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଲେଯେ ଜଳ ଦାନ ହେଉଛି ଏକ ମହତ ଦାନ ।ଏହି ଜଳ ସେବା କେନ୍ଦ୍ରଟି କାର୍ଯ୍ୟାଳୟର ଆଗନ୍ତୁକ ସହିତ ପଥାଚାରୀ ମାନଙ୍କ ତୃଷ୍ଣା ନିବାରଣ କରିବାରେ ସହାୟକ ହେବ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ