ଅର୍ଡ଼ା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ
କିର୍ମିରା ୪।୨(ଫାଷ୍ଟ ନିଉଜ ଓଡ଼ିଶା) କିର୍ମିରା ବ୍ଲକ ଅର୍ଡ଼ା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ପ୍ରଧାନଙ୍କ ସଭାପତିତ୍ତ୍ଵରେ ଆୟୋଜିତ ଉତ୍ସବରେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ଜୟଶ୍ରୀ ମୁଖ୍ୟଅତିଥି,ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ପ୍ରପେସର ଡ଼. ଯୁବରାଜ ଖମାରୀ ମୁଖ୍ୟବକ୍ତା, କିର୍ମିରା ଏକଲବ୍ୟ ସ୍କୁଲ ଅଧ୍ୟକ୍ଷ ଅରବିନ୍ଦ ସିଂହ, କିର୍ମିରା ବିଇଓ ଜୟନାରାୟଣ ପଣ୍ଡା,ଲଇକେରା ବିଇଓ ହିମାଂଶୁ ବାଗ,ବ୍ଳକ ମଙ୍ଗଳ ଅଧିକାରିଣୀ ସଞ୍ଜିତା ମହାନ୍ତ,ଏସଏମସି ସଭାପତି ବିଭିଷଣ ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ।ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଅତିଥି ମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ବଞ୍ଜାରୀ ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ କୁମୋଦ ଚନ୍ଦ୍ର ପ୍ରଧାନ, ସୋଢ଼ାମାଲ ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫ୍, ଅବସର ଶିକ୍ଷକ ଲକ୍ଷ୍ମୀନାରାୟଣ ସିଂହ ମଞ୍ଚାସୀନ ଅତିଥି ରହିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷୟତ୍ରୀ ଦମୟନ୍ତୀ ଗୁରୁ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସଂଜୀବ ତ୍ରିପାଠୀ, ପୁରୁଷୋତ୍ତମ ନାୟକ, ଚାନ୍ଦ୍ରଶେଖର ଭଏଁଷା, ନିର୍ମଲ ସାହୁ, ସୁଭାଷ ଦାଶ, ବସନ୍ତ ବିଶ୍ଵାଳ,ଶିକ୍ଷୟତ୍ରୀ ତୁଲସା ମହାନଦ,ଉଷାରାଣୀ ବେହେରା, କଲ୍ୟାଣୀ ମିଶ୍ର, ଟଙ୍କଧର ମଲ୍ଲିକ, ସୁଶାନ୍ତ ଝାଙ୍କର ସହଯୋଗ କରିଥିଲେ।ଶିକ୍ଷୟତ୍ରୀ ସ୍ବୟଂପ୍ରଭା ଭୂୟାଁ ଧନ୍ୟବାଦ ଦେଇଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0