ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପର ରବି ଫସଲ ଯୋଜନା ପାଇଁ ବୈଠକ

Nov 27, 2024 - 21:22
 0  11
ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପର ରବି ଫସଲ ଯୋଜନା ପାଇଁ ବୈଠକ

ନୂଆପଡ଼ା, ତା 27.11.24 ନୂଆପଡ଼ା ଜିଲ୍ଲାର ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପର ରବି ଫସଲ ଯୋଜନା 24/25 ପାଇଁ ଜିଲ୍ଲା ସ୍ତରୀୟ କୃଷି ଉପଦେଷ୍ଟା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପ ର ଅଧିକ୍ଷଣ ଯନ୍ତ୍ରୀ ଉଜ୍ଜଳ ଜାନି ପ୍ରମୁଖ ଯୋଗଦାନ କରି ଉପସ୍ଥିତ ସମସ୍ତ 20 ଟି ପାଣିପଞ୍ଚାୟତ ର ସଭାପତି ଏଵଂ କୃଷକ ପ୍ରତିନିଧି ମାନଙ୍କ ମତାମତ ଓ ଅଭିଯୋଗ ଗ୍ରହଣ କରିଥିଲେ l ପ୍ରାରମ୍ଭ ରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଆସନ୍ତା ରବି ଫସଲ ଯୋଜନା 24/25 କିଭଳି ଭାବରେ ଶୃଙ୍ଖଳିତ ସହିତ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ l ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କ୍ରମେ ପାଣି ପଂଚାୟତ 6 ରୁ 16 ପର୍ଯ୍ୟନ୍ତ ରବି ଫସଲ ପାଇଁ ପାଣି ଯୋଗାଇ ଦେବାକୁ ବୈଠକ ରେ ନିଷ୍ପତି ନିଆଗଲା l ସୂଚନାଯୋଗ୍ୟ ଯେ ଅପର୍ ଜୋଙ୍କ ଜଳସେଚନ ପ୍ରକଳ୍ପ ର ଆୟକଟ ଏରିଆ 9110 ହେକ୍ଟର ରୁ ଏବେ ଉପରୋକ୍ତ ଅଞ୍ଚଳ କୁ ପାଣି ଯୋଗାଇ ଦିଆଯିବ l ଏବେ ଡ଼୍ୟାମ ରେ 76 ପ୍ରତିଶତ ଜଳ ମହଜୁଦ ଅଛି ଏଵଂ ଜଳ ପତ୍ତନ 352 ମିଟର ଅଛି l ଏହି ପରିସ୍ଥିତିରେ ଖରା ଦିନେ ଜଳର ଅଭାବ ପରିଲକ୍ଷିତ ହେଉଥିବାରୁ ଜିଲ୍ଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ ଚାଷୀ ମାନଙ୍କୁ ସ୍ୱଳ୍ପ ଓ ମଧ୍ୟମ ଅବଧି ର ଧାନ କରିବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳ ସ୍ୱଳ୍ପ ଅବଧି ଧାନ ସହିତ ମୁଗ ବିରି ବାଦାମ ସୂର୍ଯ୍ୟମୁଖୀ ପ୍ରଭୃତି ଅଣଧାନ କଲେ ବେଶି ଜମିକୁ ଜଳ ସେଚନ ସୁବିଧା ମିଳିବା ସହିତ ଅଧିକ ଚାଷୀ ଉପକୃତ ହେବେ ବୋଲି କହିଥିଲେ l ଯେଉଁଠାରେ ପାଣି କମି ଯାଉଛି ସେପରି ଜମିକୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ l ଏହା ସହିତ ତୁରନ୍ତ କେନାଲ ସବୁ ମରାମତି କରାଯିବ l କେନାଲ ଜମିରୁ ଜବର ଦଖଲ ଉଚ୍ଛେଦ ହେବ l କେନାଲ ରେ କେବେଠାରୁ ପାଣି ଛଡାଯିବ ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳ ରଇତ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେବ l ବିଭିନ୍ନ ପାଣି ପଞ୍ଚାୟତ ନିର୍ବାଚନ ପାଇଁ କୋର୍ଟ କେସ ସବୁ ରହିଥିବାରୁ ସେସବୁ ଉଠାଇ ଆଣିଲେ ଶିଘ୍ର ନୂତନ ନିର୍ବାଚନ ହେବ ବୋଲି ଜିଲ୍ଲାପାଳ ଚାଷୀ ମାନଙ୍କୁ ଆଶ୍ଵାସନା ଦେଇଥିଲେ l କୃଷକ ମାନେ ପରସ୍ପର ମଧ୍ୟରେ ଗଣ୍ଡଗୋଳ ନକରି ସବୁ ସମସ୍ୟା ର ଆପୋଷ ସମାଧାନ କରିବା ପାଇଁ ପ୍ରଶାସନ କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଚାଷୀ ମାନଙ୍କୁ ଆହ୍ଵାନ ଦେଇଛନ୍ତି l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ