"ଅପରେସନ ଶୁଦ୍ଧି” ନୂଆପଡା ଜିଲ୍ଳାକୁ କରିବ ନିଶା କବଳରୁ ମୁକ୍ତି "

ନୂଆପଡା : ନୂଆପଡା ପୋଲିସ ଜିଲ୍ଲାକୁ ନିଶା ମୁକ୍ତ କରିବାକୁ ଅପରେସନ "ଶୁଦ୍ଧି" ଚଳାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ଆର. ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶକ୍ରମେ ଖରିଆରରୋଡ ଜୋଙ୍କ ଥାନା ପୁଲିସ ଅବୈଧ ନିଶା କାରବାର ରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ବିପୁଳ ପରିମାଣର ନିଶା ଔଷଧ ଜବତ କରିଛି । ଏସ୍ ପି ଶ୍ରୀ ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି ।ଅଭିଯୁକ୍ତମାନେ ହେଲେ ଖରିଆରରୋଡର ୧୩ନମ୍ବର ୱାର୍ଡର ଅତାର ମହମ୍ମଦ(୫୫), ସୋହେଲ ମହମ୍ମଦ(୨୩) ଏବଂ ଶାହରୁଖ ଖାନ (୩୨) ।ଏମାନଙ୍କଠାରୁ ୨ଗୋଟି ମୋବାଇଲ ସହ ନିଶା ଯୁକ୍ତ ୬୨୨ଟି ପେଣ୍ଟାଜୋସିନ ଲାକ୍ଟେଟ ଇଞ୍ଜେକସନ ଜବତ କରାଯାଇଛି । ସୂଚନା ଯୋଗ୍ୟ ଯେ ଗତ ମାସ ୧୩ ତାରିଖଠାରୁ ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାବ୍ୟାପି ଅପରେସନ "ଶୁଦ୍ଧି " ଚାଲିଛି । ଜିଲ୍ଲାବ୍ୟାପି ଭିନ୍ନ ଭିନ୍ନ ଜାଗାରେ ଅବୈଧ ନିଶା କାରବାର ଉପରେ ଚଢାଉ କରି ବେଆଇନ ଡ୍ରଗ୍ ସ୍, ମଦ, ଗଞ୍ଜେଇ, କଫ୍ ଶିରପ ଆଦି ପୋଲିସ୍ ଜବତ କରୁଛି । ବିଶ୍ୱାସନିୟ ସୂତ୍ରରୁ ଖବର ପାଇ ଜୋଙ୍କ ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଖରିଆରରୋଡ ସହରର ଓ୍ବାର୍ଡ ନମ୍ବର ୧୩ରେ ଅତାର ମହମ୍ମଦଙ୍କ ଘର ଉପରେ ଅତର୍କିତ ଚଢାଉ କରିଥିଲା । ସେଠାରୁ ଉପରୋକ୍ତ ନିଷିଦ୍ଧ ଇନଜେକ୍ସନ ସବୁ ଜବତ କରାଯାଇଥିଲା । ଏଥିରେ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ବିରୁଦ୍ଧରେ କେଶ ନମ୍ବର ୮୮/୨୫ ଅନୁସାରେ ୧୧(୪)ବିଏନଏସ, ୨୧(କ), ଏନଡିପିଏସ ୧୯୮୫ ଆକ୍ଟର୨୯ ଧାରାରେ ଗିରଫ କରାଯାଇ ବୁଧବାର ସଂଧ୍ୟାରେ ନୂଆପଡା କୋର୍ଟକୁ ଚାଲାଣ କରାଯାଇଛି । ଜିଲ୍ଲାକୁ ଅବୈଧ ନିଶା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଏହି ଅଭିଯାନ ଚାଲୁ ରହିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






