ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା

Nov 22, 2024 - 22:10
 0  26
ଅତିରିକ୍ତ ସହକାରୀ ଦେବତ୍ତର କମିଶନରଙ୍କ ବାଲିଗୁଡା ଗ୍ରସ୍ତ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାର ସମୀକ୍ଷା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରକୁ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ବ୍ରହ୍ମପୁର ,ସିଦ୍ଧାର୍ଥ ଶଙ୍କର ଜେନା ଶୁକ୍ରବାର ଦିନିକିଆ ଗ୍ରସ୍ତ କରି ମନ୍ଦିର ନିରୀକ୍ଷଣ କରି ଫେରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମନ୍ଦିର ର ମେନେଜିଂ ଟ୍ରଷ୍ଟି ଟି. ଶ୍ରୀନିବାସ ରାଓ ଏବଂ ମଧୁସୂଦନ ଦାସ ତାଙ୍କୁ ମନ୍ଦିର ପରିସର ବୁଲାଇ ଦେଖାଇଥିଲେ । ବିଭିନ୍ନ ପାର୍ଶ୍ଵ ଦେବାଦେବୀ ପୀଠ ବୁଲି ଦେଖିବା ସହ ଶ୍ରୀଜଗନ୍ନାଥ ଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପରିସର ରେ ନୂତନ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ, ଭୋଜନ ମଣ୍ଡପ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ତଦାରଖ କରିବା ସହ ପ୍ରତିଷ୍ଠା ମହୋତ୍ସବ ପାଳନ କିଭଳି ରହିଥିଲା ସେ ସମ୍ପର୍କରେ ଟ୍ରଷ୍ଟ ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ବର୍ଷ ତମାମ ମନ୍ଦିର କିଭଳି ପରିଚାଳନା ହେଉଛି, ଆୟବ୍ୟୟ ର ହିସାବ କିତାବ ସମ୍ପର୍କ ରେ ବିଭିନ୍ନ ନଥି ପତ୍ର ଯାଞ୍ଚ କରିଥିଲେ।ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ଶ୍ରୀ ଜେନା ମନ୍ଦିର ପରିସର ରେ ପୂଜା ପାଉଥିବା ଦେବା ଦେବୀ ଙ୍କ ପୂଜା ନୀତି ବିଧି ଅନୁସାରେ ନିଷ୍ଠାର ସହ ସମ୍ପାଦନ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟ୍ରଷ୍ଟି ମାନଙ୍କୁ ପରାମର୍ଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ