।। ୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ ।।

Sep 5, 2024 - 21:34
 0  6
।। ୮ ଟି ଚୋରୀ ବାଇକ ଜବତ:  ଜଣେ ନାବାଳକ ଗିରଫ ।।

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ ସଫଳତା l ୮ ଟି ଚୋରା ବାଇକ ଜବତ କରିବା ସହ ଜଣେ ନାବାଳକ କୁ ଗିରଫ କରିଛି ପୋଲିସ l ଜବତ ହୋଇଥିବା କେତେକ ବାଇକ ଗୁଡିକ ବାଲିଗୁଡା, ସାରଙ୍ଗଡ଼, ବଲାଙ୍ଗୀର ଅଞ୍ଚଳ ହୋଇଥିବା ବେଳେ ଆଉ କେତେକ କେଉଁ ସ୍ଥାନର ଜଣାପଡି ନାହିଁ, ଏହି ବାଇକ ଚୋରି ରାକେଟରେ ସାଧାରତଃ ନାବାଳକ ମାନେ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି l ସେ ନେଇ ଏଭଳି ଅପରାଧ ଠାରୁ ଦୁରେଇ ରହି ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲ ନିବେଦନ କରିଛନ୍ତି l ଏଥିସହ ଏହି ଚୋରା ବାଇକ ରାକେଟ ରେ ଆଉ କେଉଁ କେଉଁ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସଡିପିଓ ପ୍ରକାଶ କରିଛନ୍ତି l

 କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ