୨୯ତମ କୋରାପୁଟ ପରବ-୨୦୨୬ ପ୍ରସ୍ତୁତି ବୈଠକ ସରିଲା:ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପରବ, ନଭେମ୍ବର ୧୫ରେ କୁନ୍ଦ୍ରାରୁ ହେବ ଶୁଭାରମ୍ଭ

Nov 7, 2026 - 19:00
 0  35
୨୯ତମ କୋରାପୁଟ ପରବ-୨୦୨୬ ପ୍ରସ୍ତୁତି ବୈଠକ ସରିଲା:ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପରବ, ନଭେମ୍ବର ୧୫ରେ କୁନ୍ଦ୍ରାରୁ ହେବ ଶୁଭାରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲାର ଐତିହ୍ୟ, କଳା, ସଂସ୍କୃତି ଓ ଆଦିବାସୀ ପରମ୍ପରାର ଅନନ୍ୟ ପରିଚୟ ବହନ କରୁଥିବା ୨୯ତମ କୋରାପୁଟ ପରବ-୨୦୨୬ର ସୁଚାରୁ ଓ ସଫଳ ଆୟୋଜନ ନିମନ୍ତେ କୋରାପୁଟ ସଂସ୍କୃତି ପରିଷଦ ପକ୍ଷରୁ ଆଜି କୋରାପୁଟସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଶ୍ରୀ ରୂପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉଁତା, ପଟ୍ଟାଙ୍ଗି ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଏସଡିସି ଅଧ୍ୟକ୍ଷ ଶ୍ରୀ ଭଗବାନ ମୁଦୁଲି, କୋରାପୁଟ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ଡିଏଫଓ କୋରାପୁଟ ଶ୍ରୀ ସିଦ୍ଧାର୍ଥ ଜୈନ, କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ବୈଠକରେ ଚଳିତ ବର୍ଷର ପରବକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ସହ ଏହାର ସଫଳ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଟ୍ରାଫିକ୍ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା, ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକଙ୍କ ସୁବିଧା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ କୋରାପୁଟର ପାରମ୍ପରିକ ଆଦିବାସୀ ନୃତ୍ୟ ଢେମ୍‌ସାକୁ ବ୍ୟାପକ ସ୍ତରରେ କିପରି ସାମିଲ କରାଯାଇପାରିବ ଏବଂ ଏହା ମାଧ୍ୟମରେ ଜିଲ୍ଲାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରିଚୟକୁ ଅଧିକ ଆକର୍ଷଣୀୟ ଭାବେ ଉପସ୍ଥାପନ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଆସନ୍ତା ୧୫ ନଭେମ୍ବର ୨୦୨୬ ତାରିଖରେ କୁନ୍ଦ୍ରାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ୨୯ତମ କୋରାପୁଟ ପରବର ଶୁଭାରମ୍ଭ କରାଯିବ। ଏଥିସହିତ ମୁଖ୍ୟ ପରବ ମହୋତ୍ସବ ୧୮ ଡିସେମ୍ବରରୁ ୨୨ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ପରବ ସମୟରେ ଟ୍ରାଫିକ୍ ଓ ଯାତାୟାତ ବ୍ୟବସ୍ଥାକୁ ସୁଶୃଙ୍ଖଳିତ ରଖିବା, ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତିର ସଠିକ୍ ପରିଚାଳନା କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ଉପରେ ଆଲୋଚନା ହୋଇଥିଲା। ଏଥିସହ କୋରାପୁଟର ପାରମ୍ପରିକ ଢେମ୍‌ସା ନୃତ୍ୟକୁ ବ୍ୟାପକ ସ୍ତରରେ ସାମିଲ କରି ଜିଲ୍ଲାର ସମୃଦ୍ଧ ଆଦିବାସୀ କଳା ଓ ସଂସ୍କୃତିକୁ ଉପସ୍ଥାପନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ କୋରାପୁଟର ସାଧାରଣ ଜନତା ମଧ୍ୟ ନିଜ ନିଜର ମତାମତ, ପ୍ରସ୍ତାବ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣରେ ୨୯ତମ କୋରାପୁଟ ପରବକୁ ଅଧିକ ଲୋକାଭିମୁଖୀ, ଆକର୍ଷଣୀୟ ଓ ସ୍ମରଣୀୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ