୨୦୩ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ପ୍ରସ୍ତୁତ ହୋଇ ଥିବା ପୋଚ ଜବତ

May 8, 2025 - 23:50
 0  162
୨୦୩ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ପ୍ରସ୍ତୁତ ହୋଇ ଥିବା ପୋଚ ଜବତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୮.୦୫.୨୦୨୫ ରିଖ: ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱ ରେ, ବିଭାଗୀୟ କର୍ମଚାରୀ ମାନଙ୍କ ସହ,ନବରଙ୍ଗପୁର ଥାନା ଅନ୍ତର୍ଗତ, ଜେଟୁଗୁଡା ଗ୍ରାମ ନାଳ ରାସ୍ତା ରେ, ଜଣେ ଆସାମୀ ଗଣେଶ ବିଷୋୟୀ ନିକଟରୁ ୩୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଯେଟୁଗୁଡା ନାଳରେ ମଦ ରାନ୍ଧୁଥିବା ସମୟରେ ଜଣେ ଆସାମୀ, ଖଗ ବିଷୋୟୀ ନିକଟରୁ ୪୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ, ୨୦ ଲିଟର ଗରମ ରନ୍ଧା ପୋଚ ଓ ୩୪ ଲିଟର ମଦ ରାନ୍ଧିବା ନିମନ୍ତେ ପ୍ରସ୍ତୁତ ହୋଇ ଥିବା ପୋଚ ଜବତ କରାଗଲା, ଘଟଣା ସ୍ଥଳରେ ମଦ, ପୋଚ, ରସ ଡେକଚି, ଟିଣ ଡବା ନଷ୍ଟ କରି ଦିଆଗଲା ଏବଂ ନବରଙ୍ଗପୁର ଅବକାରୀ ଥାନା ଅଧିକାରୀ ବିଙ୍ଗରାଜ ଦାମି, ନବରଙ୍ଗପୁର ଥାନା ଅନ୍ତର୍ଗତ ଦଶପୁର ଗ୍ରାମ ର ଦେବାନନ୍ଦ ନାଏକ ନିକଟରୁ ୧୫ ଲିଟର ବାହାର ଭାଟି ମଦ ଜବତ କରାଗଲା ଓ ତେନ୍ତୁଳୀଗୁଡା ଗ୍ରାମର ଶିବରାମ ମାଝି ନିକଟରୁ ୨୪ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଏବଂ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଚାନ୍ଦିଲି ଗ୍ରାମରେ, ବାରିଗୁଡା ଗ୍ରାମ ର ଟଙ୍କଧର ବିଷୋୟୀ ନିକଟରୁ ୩୫ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଗଲା, ଆସାମୀ ମାନଙ୍କୁ ମାନ୍ୟବର ଏସ୍ ଡି ଜେ ଏମ ଙ୍କ ଅଦାଲତ ରେ ହଜାର କରାଗଲା ! ଏହି ଚଡାଉ ରେ ସହଉପ ନିରୀକ୍ଷକ କୀଲାଡୀ ଭାସ୍କର, ସିପାହୀ ମାନେ ହେଲେ ରଞ୍ଜୀ ଜାନି, ରେଶମା ସୁନା, ଆକ୍ରମ ଖାନ, ଉମେଶ ହରିଜନ, ସଦାଶିବ ଭତରା, ସୁଧାଂଶୁ ଶେଖର ବାଘ, ରଂଜିତ ସିଂହ, ଆକାଶ ଶବର ଓ ବଳବନ୍ତରଏ ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ