ହେଲ୍ପିଙ୍ଗହେଣ୍ଡ ପକ୍ଷ ରୁ ଗ୍ରୀଷ୍ମ କାଳିନ ରକ୍ତଦାନ ଶିବିର ଆୟୋଜନ

ପ୍ରବଳ ଗ୍ରୀଷ୍ମ କାଳରେ ରକ୍ତ ର ଘୋର ଅଭାବ କୁ ଦୂର କରିବା ପାଇଁ ମୟୂରଭଞ୍ଜ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପିଁହେଣ୍ଡ ପକ୍ଷ ରୁ ଶୁଳିଆପଦା ବ୍ଲକ ର ଦେଉଳି ଗ୍ରାମ ଠାରେ ଦେଉଳି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା । ହେଲ୍ପିଙ୍ଗହେଣ୍ଡ ର ମୁଖ୍ୟ ତଥା ପ୍ରତିଷ୍ଠାତା ଅଶୋକ କୁମାର ବେହେରା ଙ୍କ ନେତୃତ୍ୱ ରେ ଏହି ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଅନୁଷ୍ଠାନ ର କାର୍ଯ୍ୟକାରୀ ସମ୍ପାଦକ ମାନସ ରଞ୍ଜନ ସ୍ବାଇଁ, ପ୍ରଜ୍ଞାଶ୍ରୀ ଦାଶ, ଦେବଜ୍ୟୋତି ଧିର, ଜୟଦେବ ମହନ୍ତ, ତପସ୍ୱୀ ବେହେରା, ବିଷ୍ଣୁପ୍ରିୟା ପାତ୍ର, ଯମୁନା ରାଉତ, ରଘୁ ବଗାଳ, ନିର୍ଣ୍ଣୟ କୁମାର ପାତ୍ର, ଆକାଶ ପାଲବାବୁ, ରାହୁଲ କୁମାର ନନ୍ଦୀ, ସୁଭାଷ ଚନ୍ଦ୍ର ପଲେଇ, କ୍ଲିଟନ କୁମାର ବେହେରା, ସୌମ୍ୟ ରଞ୍ଜନ ବେହେରା, ଦିବ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର କୁ ସଫଳ କରାଇ ଥିଲେ l ତୁଳସୀ ପରିବାର ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ଏହି ରକ୍ତଦାନ ଶିବିର ରେ ସକ୍ରିୟ ସହଯୋଗକରିଥିଲେ । ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବରେ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ରିବନ କାଟି ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ରକ୍ତଦାନ ଶିବିର ରେ ବାରିପଦା ରକ୍ତ ଭଣ୍ଡାର ର ଡ଼ ନିଲେଶ ଦାସ ଙ୍କ ନେତୃତ୍ୟ ରେ ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ, କରୁଣାକର ଜେନା, ସୁକଲାଲ ହେମ୍ବ୍ରମ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ପ୍ରକାଶ ଥାଉ କି ହେଲ୍ପିଂହେଣ୍ଡ ଅନୁଷ୍ଠାନ ର ସମସ୍ତ ଭାଇ ଓ ଭଉଣୀ ମାନେ ପ୍ରତ୍ୟେକ ଦିନ ନିୟମିତ ଭାବରେ ବାରିପଦା ରକ୍ତଭଣ୍ଡାର ରେ ଅସହାୟ ଓ ଶିଶୁ ରୋଗୀ ମାନଙ୍କୁ ରକ୍ତଦାନ କରିବା ସହିତ ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି ।
What's Your Reaction?






