।। ହୁତୁ ହୁତୁ ହଇ ଜଳିଗଲା ଘର:କୋରାପୁଟ ଜିଲ୍ଲା କୁନ୍ଦରା ବ୍ଲକ।।

May 19, 2023 - 17:07
 0  37
।। ହୁତୁ ହୁତୁ ହଇ ଜଳିଗଲା ଘର:କୋରାପୁଟ ଜିଲ୍ଲା କୁନ୍ଦରା ବ୍ଲକ।।

ରାତ୍ରକାଳୀନ ସମୟରେ ଏକ ଅଭାବନୀୟ ଅଗ୍ନି କାଣ୍ଡ ଘଟିଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଛଟ୍ରାଗୁଡ଼ା ଗ୍ରାମର କର୍ଣ୍ଣ ଗଣ୍ଡାଙ୍କ ଚାଲ ଘର ଅଜାଣତରେ ନିଆଁ ଲାଗି ପଡ଼ି ଯାଇଛି । କର୍ଣ୍ଣ ଗଣ୍ତାଙ୍କ ପରିବାର ଘର ଭିତରେ ଶୋଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଲା ପରେ କର୍ଣ୍ଣର ନିଦ ଭାଙ୍ଗିଯାଇଥିଲା । ପରିବାର ଲୋକେ ଉଠି ନିଆଁ ଲିଭାଇବା ରେ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁ ଲିଭିବାର ପ୍ରଶ୍ନ ଉଠୁ ନଥିଲା । ଚାଳ ଘର ହେଇଥିବାରୁ ନିଆଁ ଅଧିକ ପରିମାଣରେ ଗତି କରୁଥିଲା । ନିଆଁ ହୁତୁ ହୂତୁ ହୋଇ ଜଳୁଥିବାରୁ ସ୍ଥାନୀୟ ଲୋକେ କୁନ୍ଦୁରା ଅଗ୍ନିଶମ ବିଭାଗୀୟଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ନିଆ ଲିଭେଇଥିଲେ। ନିଆଁ ଲିଭାଇବା ସତ୍ତ୍ବେ ମଧ୍ୟ ଘରଇ ବ୍ୟବହାର କରୁଥିବା ଖଟ , ଧାନ , ଚାଉଳ , ଲୁଗାପଟା ଇତ୍ୟାଦି ସାମଗ୍ରୀ ସହ କିଛି ଟଙ୍କା ଜଳି ପଡ଼ି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ହଟାତ୍ ଘରେ କିପରି ନିଆଁ ଲାଗିଲା ସେ ନେଇ ପରିବାର ଲୋକେ ଜାଣିନଥିବା ପ୍ରକାଶ କରିଛନ୍ତି । ତେବେ ପୂର୍ଣ୍ଣ ଗଣ୍ଡାଙ୍କ ପରିବାର ଗରିବ ଶ୍ରେଣୀର ଲୋକ ହେଇଥିବାରୁ ଘର ପଡ଼ିବା ପରେ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ପାଖରେ ସହାୟତା ନିମନ୍ତେ ନିବେଦନ କରିଛନ୍ତି ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ