।। ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବାଟମାରଣା କଲେ ପୂର୍ବତନ ସରପଞ୍ଚ, ଅଭିଯୋଗ ଆଣିଲେ ସରପଞ୍ଚ ଓ ହିତାଧିକାରୀ ।।

ନବରଙ୍ଗପୁର : (ରଞ୍ଜିତ ନାୟକ) ହରିଶ୍ଚନ୍ଦ୍ର ଯୋଜନା ର ଟଙ୍କା ଖାଇଗଲେ ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନୀ ! ହିତାଧିକାରୀଙ୍କୁ ଟଙ୍କା ନ ଦେଇ ଆତ୍ମସାତ୍ କରିଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍ ପି ଙ୍କ ନିକଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନ ର ମାନିଗାଁ ସରପଞ୍ଚ ସୁକଦେବ ମାଝି ଓ ହିତାଧିକାରୀ ! ପାପଡାହାଣ୍ଡି ବ୍ଲକ ମାନିଗାଁ ଗ୍ରାମ ପଞ୍ଚାୟତ ରେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ମଞ୍ଜୁଳା ଜାନୀ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ ! ତାଙ୍କ କାର୍ଯ୍ୟକାଳ ସମୟରେ ମଞ୍ଜୁଳା ଜାନୀ ଗ୍ରାମପଞ୍ଚାୟତ ପିଡିଏସ ଏକାଉଣ୍ଟ୍ ରୁ ହରିଶ୍ଚନ୍ଦ୍ର ଯୋଜନା ର ଅର୍ଥ ପର୍ଯ୍ୟାୟ କ୍ରମେ ୪ ଟି କିସ୍ତିରେ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରିଥିଲେ ! ତେବେ ଉକ୍ତ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶିର ଅର୍ଥ ହିତାଧିକାରୀଙ୍କୁ ଦେଇ ନ ଥିଲେ ! ସରପଞ୍ଚ ସୁକଦେବ ମାଝୀ ପୂର୍ବତନ ସରପଞ୍ଚ ଙ୍କ କାର୍ଯ୍ୟକାଳ ସମୟରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କହିଥିଲେ ! କିନ୍ତୁ ହିତାଧିକାରୀ ପ୍ରତିଦିନ ସରପଞ୍ଚ ଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଦେବା ପାଇଁ ଅଡି ବସିଥିଲେ ! ଶେଷରେ ସେ ଏହାର ତଦନ୍ତ କରି ଜାଣିବାକୁ ପାଇଲେ ଯେ, ପୂର୍ବତନ ମାନିଗାଁ ସରପଞ୍ଚ ମଞ୍ଜୁଳା ଜାନୀ ପିଡିଏସ ଏକାଉଣ୍ଟ୍ ରୁ ୦୭/୦୯/୧୮ ରୁ ୩୦/୦୮/୧୯ ମଧ୍ୟରେ ୪ ଟି ପର୍ଯ୍ୟାୟରେ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଉଠାଣ କରିଛନ୍ତି ଏବଂ ସେହି ଅର୍ଥ କୌଣସି ହିତାଧିକାରୀ ଙ୍କୁ ଦେଇ ନାହାନ୍ତି ! ଏହି ଘଟଣା ବିଷୟରେ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ସମସ୍ତେ ଡାବୁଗାଁ ଥାନା କୁ ଆସିଥିଲେ ! ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ନାୟକ କହିଛନ୍ତି ଜିଲ୍ଲାପାଳଙ୍କୁ ଅବଗତ କଲାପରେ ତଦନ୍ତ କରାଯିବ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






