ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

Jun 18, 2025 - 17:56
 0  5
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି। ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ୨୦୧୩ ମସିହାରେ ରାଜ୍ୟରେ ୩ଟି ସ୍ଥାନରେ ପ୍ରଥମ ଥର ପାଇଁ ସ୍ମାର୍ଟ ମଡେଲ ସବଷ୍ଟେଶନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ସେଥିରେ ସିମନବାଡି ଅଗ୍ରଣୀ ତାଲିକାରେ ରହିଥିଲା । କୌଣସି କାରଣରୁ ତାହା ସେହିବର୍ଷ ଆରମ୍ଭ ହୋଇପାରି ନ ଥିଲା। ପରବର୍ତ୍ତୀ ୨୦୨୩ ଅର୍ଥାତ ଗୋଟିଏ ଦଶନ୍ଧି ପରେ ସିମନବାଡି ଠାରେ ସବଷ୍ଟେଶନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସୁଦ୍ଧା ଉକ୍ତ କାର୍ଯ୍ୟ ବିଳମ୍ବରେ ଚାଲିଛି। ଫଳରେ ଉକ୍ତ ଫିଡ଼ରରେ ଥିବା ୮ ପଞ୍ଚାୟତକୁ ଆଜି ସୁଦ୍ଧା ନୂଆ ସବଷ୍ଟେଶନରୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏହି ସବଷ୍ଟେଶନରୁ ସିମନବାଡି, କିରିକୁଟି ଏବଂ ବୁଡ଼ାଗୁଡା ୩ଟି ଫିଡ଼ର ବାହାରିବ l ଯାହା ଫଳରେ ଆଉ ବିଦ୍ୟୁତ ସମସ୍ୟା ଉପୁଜିବନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁ ବିଳମ୍ବ ଯୋଗୁଁ ଉପଭୋକ୍ତା ନିୟମିତ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ନୂଆ ସବଷ୍ଟେସନ ନିର୍ମାଣ କରୁଥିବା ଠିକା କମ୍ପାନୀର ପ୍ରକଳ୍ପ ପରିଚାଳକ ବିକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସବଷ୍ଟେସନ କାର୍ଯ୍ୟ ସରିଛି ବିଦ୍ୟୁତ ସଂଯୋଗ ସହ ଟେଷ୍ଟିଂ ଶେଷ ହୋଇଛି। କେବଳ ସେଠାରେ ୧୧ କେଭି ବିଦ୍ୟୁତ ପାଇଁ ଫିଡ଼ର କାର୍ଯ୍ୟ ସରିଲେ ଖୁବଶୀଘ୍ର ନୂଆ ୩୩ କେଭି ସବଷ୍ଟେଶନରୁ ଉପଭୋକ୍ତା ଉତ୍ତମ ସେବା ପାଇପାରିବେ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ