।। ସେଙ୍ଗେଲ'ର ପ୍ରେସ ଇସ୍ତାହାର ରାଷ୍ଟ୍ରପତିଙ୍କୁ ସାକ୍ଷାତ ଲାଗି ଅନୁମତି ମାଗିଲା ସେଙ୍ଗେଲ ।।

Oct 14, 2024 - 22:33
 0  55
।। ସେଙ୍ଗେଲ'ର ପ୍ରେସ ଇସ୍ତାହାର ରାଷ୍ଟ୍ରପତିଙ୍କୁ ସାକ୍ଷାତ ଲାଗି ଅନୁମତି ମାଗିଲା ସେଙ୍ଗେଲ ।।

ବାରିପଦା,୧୪।୧୦ : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ରେଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଆଗାମୀ ୨୩ ଅକ୍ଟୋବରରେ ବାଙ୍ଗ୍ରିପୋଷି ଗସ୍ତରେ ଆସୁଛନ୍ତି । ଏହି ଶୁଭ ଅବସରରେ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡିଶା ପ୍ରଦେଶ କମିଟି ପକ୍ଷରୁ ସ୍ୱାଗତ ଜଣାଇଛନ୍ତି ଏବଂ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯିବାକୁ ନେଇ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ କରି ଆଦିବାସୀ ଗ୍ରାମ ସମାଜରେ ବ୍ଯାପ୍ତ ସାମାଜିକ ବାସନ୍ଦ, କଙ୍ଗାରୁ କୋର୍ଟ ଦ୍ୱାରା ମନ ଇଚ୍ଛା ଜରିମାନା, ଡାହାଣୀ ନାମରେ ହତ୍ୟା ଆଦି କୁପ୍ରଥାକୁ ସମାପ୍ତ କରିବା ପାଇଁ ସମ୍ବିଧାନ, ଆଇନ ଏବଂ ଗଣତନ୍ତ୍ର ବ୍ୟବସ୍ଥାକୁ ଲାଗୁ କରାଯିବା ସହିତ ପ୍ରକୃତି ପୂଜକ ଆଦିବାସୀମାନଙ୍କ ଅସ୍ତିତ୍ବ, ବାସ୍ତବିକ ପରିଚୟ ଆଦିକୁ ସୁରକ୍ଷା, ସମୃଦ୍ଧି ଲାଗି ଅବିଳମ୍ବେ ସାର୍ନା ଧର୍ମ କୋଡ ଲାଗୁ କରାଯିବା ପାଇଁ ମହାମହିମଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ନେଇଛନ୍ତି । ତେଣୁ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯାଉ ବୋଲି ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ଅନୁମତି ପ୍ରଦାନ କରାନଗଲେ ବହୁତ ଦୁଃଖ ଅନୁଭବ କରିବେ ବୋଲି ପ୍ରକାଶ କରିଛନ୍ତି ଏବଂ ରାଷ୍ଟ୍ରପତିଙ୍କର ବାଙ୍ଗ୍ରିପୋଷି ଗସ୍ତକୁ ନିନ୍ଦା କରିବେ, ବିରୋଧ କରିବେ, ତତସହିତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଏଥିରେ ଜୋନାଲ ଉପସଭାପତି ବାହାଦୁର ମୁର୍ମୁ, ବାରିପଦା ଉପଖଣ୍ଡ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, କପ୍ତିପଦା ଉପଖଣ୍ଡ ସେଙ୍ଗେଲ ପାର୍ଗାନା ଉଦୟନାଥ ହେମ୍ବ୍ରମ, ଯୁବା ସେଙ୍ଗେଲ ସଭାପତି ଲବ କିଶୋର ନାଏକ ପ୍ରମୁଖ ସେଙ୍ଗେଲ ନେତାମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ