ସୁଦାମ ମାର୍ଣ୍ଡିଙ୍କ ଜନ୍ମଦିନରେ ୨୩୭ ୟୁନିଟ ରକ୍ତ ସଂଗୃହିତ
ବାରିପଦା - ତା :-୦୨/୦୬/୨୦୨୬ ରିଖ ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି I ବିଶିଷ୍ଟ ସମାଜସେବୀ ମୁରାରୀଲାଲ ଶର୍ମା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ I ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ୱର ପାତ୍ର, ପ୍ରିୟବ୍ରତ ମାଝୀ, ପ୍ରୟବ୍ରତ ମାରାଣ୍ଡି, ସୁବୋଧ ମାର୍ଣ୍ଡି, ନୀଳଗିରି ବ୍ଲକ ଅଧ୍ୟକ୍ଷ ଶୁଭଲକ୍ଷ୍ମୀ ମାଝୀ, ଶାମାଖୁଣ୍ଟା ବ୍ଲକ ଅଧ୍ୟକ୍ଷ ଚନ୍ଦ୍ରମୋହନ ସିଂହ, ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମନିୟମ ମହାନ୍ତି, ବି ଜେ ଡି ସମ୍ପାଦକ ଜିତେନ୍ଦ୍ର ମହାନ୍ତି, ଦେବାଶିଷ ମହାନ୍ତି, ଦୀପକ ମଢୁଆଳ, ଛାତ୍ର ନେତା ସୁନୀଲ ନାୟକ, ଆଭାସ ଦେ, ଜିତ ପଟ୍ଟନାୟକ, କାଉନସିଲର ଅନନ୍ତ ଦାସ, ପ୍ରଭାତ ମହାନ୍ତି, ସୁକେଶିନୀ ସେଠି, ପ୍ରଭାତୀ ପୃଷ୍ଟି, ଲିଟନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଆନନ୍ଦ ଟୁଡୁ, ଦୁର୍ଗା ମାର୍ଣ୍ଡି, ମଧୁସୂଦନ ସିଂହ, ଧାନୀ କିସ୍କୁ, ପରେଶ ମୁଣ୍ଡା, ବରିଷ୍ଠ ଚିକିତ୍ସକ ଡଃ ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ଡଃ ଶିବାନନ୍ଦ ମହାନ୍ତି, ଡଃ ଦୁର୍ଗାମାଧବ ଦାସ ଓ ଡଃ ମମତା ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସୁଦାମ ମାର୍ଣ୍ଡିଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ମୋଟ ୨୩୭ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ I ସମାଜସେବୀ ଅମର କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପରିଚାଳନାରେ ପ୍ରିୟନାଥ ମାଝୀ, ସୋମନାଥ ସିଂହ, ଦୀପକ ମିଶ୍ର, ମଙ୍ଗଲ ହାଁସଦା, ରବିନାରାୟଣ ବେହେରା ଓ କିଚକେଶ୍ବର ବେହେରା ସହଯୋଗ କରିଥିଲେ I ଓଡିଶା ରକ୍ତ ଭଣ୍ଡାର, ବାରିପଦାର ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟରଞ୍ଜନ ନାୟକ ଓ ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ପୁଣ୍ଡରିକାକ୍ଷ ଦାସ, ନିଶିଥ ଦାସ, ସୁକୁଲ ହାଁସଦା, ବିଜୟ ମୁର୍ମୁ, ବବିତା ପାତ୍ର, ଛବି ମହାନ୍ତ, ପାର୍ଥସାରଥୀ ମହାନ୍ତ ଓ କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0