ସୁଗଡ଼ବାଡ଼ିରେ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜର ତୃତୀୟ ସାଧାରଣ ସଭା ସମ୍ପନ୍ନ
କନ୍ଧମାଳ :ରାଇକିଆ ସୁଗଡ଼ବାଡ଼ି ପଞ୍ଚାୟତର। ପଞ୍ଚାୟତ ସ୍ଥରୀୟ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜ ସୁଗଡ଼ବାଡ଼ି ର ତୃତୀୟ ସାଧାରଣ ସଭା ସ୍ଥାନ-ଲତେଡ଼ି ବାପଟିଷ୍ଟ ମଣ୍ଡଳୀ ଠାରେ ସଭାପତି ଶ୍ରୀ ଦିନେଶ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ଦିନ ଆଞ୍ଚଳିକ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜ ରାଇକିଆର ସାଧାରଣ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ, ସଭାପତି ଶ୍ରୀ ବାହାନ ପ୍ରଧାନ, ଯୁଗ୍ମସମ୍ପାଦକ ପାଳକ ସନ୍ତୋଷ ଦିଗାଳ, ଅନ୍ୟତମ ଯୁଗ୍ମସମ୍ପାଦକ ପାଳକ ଜିତେନ୍ ନାୟକ ଏବଂ ପାଳକ ପରିଛା, ଶ୍ରୀ ପ୍ରସିଦ୍ଧ ନାୟକ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରି ସୁଗଡ଼ ବାଡ଼ି ଜନକଲ୍ୟାଣ ସମାଜକୁ ଉତ୍ସାହିତ କରିଥିଲେ l ପ୍ରଥମ ପର୍ଯ୍ୟୟରେ ସ୍ଥାନୀୟ ଲତେଡ଼ି ମଣ୍ଡଳୀର ପାଳକ ପ୍ରାରମ୍ଭିକ ପ୍ରାର୍ଥନା ଓ ଆରାଧନା ପାଳକ ଆଚାର୍ଯ୍ୟ ଚିତ୍ରସେନ ପ୍ରଧାନ ଏବଂ ପାଳକ ଆୟୁବ ପ୍ରଧାନ ତତ ସହିତ ସୁଜିତ ପ୍ରଧାନ ଏବଂ ତାଙ୍କ ଟିମ ଆଗେଇ ନେଇଥିଲେ l ଦ୍ଵିତୀୟ ପର୍ଯ୍ୟୟ ରେ ପଞ୍ଚାୟତ ସ୍ତରୀୟ ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜ ସୁଗଡ଼ବାଡ଼ିର ଆଜିର ଏଜେଣ୍ଡା ପ୍ରକାରେ ବିଶେଷ ବିଶେଷ ବିଷୟ ଗୁଡ଼ିକ ଆଲୋଚନା କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0