ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

Oct 3, 2026 - 04:53
 0  3
ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ

ମାଲକାନଗିରି,୨/୧୦ :ଆଜି ହର୍ଷା ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଂଯୋଜକ କୌଷ୍ଟଭ କ୍ରିଷ୍ଣା ଦତ୍ତ, ଆଇ ଏନ୍ ଆର୍ ଏମ୍ ଏକ୍ସପର୍ଟ ଦେବାଶିଷ ବେହେରା ଓ ସି ଆର୍ ପି ହରିବନ୍ଧୁ ଭୂମିଆ ପ୍ରମୁଖ ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭାରେ ଯୋଗଦାନ କରିଥିଲେ । ଗ୍ରାମସଭାରେ ଗ୍ରାମବାସୀଙ୍କ ଆବଶ୍ୟକତା ଓ ଗ୍ରାମର ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଗ୍ରାମସଭା ରେଜିଷ୍ଟର/ଖାତାରେ ବ୍ୟକ୍ତିଗତ ପ୍ରକଳ୍ପ ୪୫ ଟା ଏବଂ ସାମୁଦାୟିକ ପ୍ରକଳ୍ପ ୪୨ଟା ସମ୍ବନ୍ଧୀୟ ପ୍ରସ୍ତାବ ଓ ଏଣ୍ଟ୍ରି କରାଯାଇଥିଲା। ଗ୍ରାମସଭା ମାଧ୍ୟମରେ ଗ୍ରାମବାସୀଙ୍କ ଅଂଶଗ୍ରହଣ ଓ ସହଭାଗିତାକୁ ଗୁରୁତ୍ୱ ଦେଇ ଗ୍ରାମର ଆବଶ୍ୟକତା ଅନୁଯାୟୀ ବିକାଶମୂଳକ ପ୍ରକଳ୍ପ ଚିହ୍ନଟ ଓ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ