।। ସାପ କାମୁଡାରେ ଝିଅ ଙ୍କ ମୃତ୍ୟୁ ।।

Jun 26, 2024 - 22:34
 0  44
।। ସାପ କାମୁଡାରେ  ଝିଅ ଙ୍କ ମୃତ୍ୟୁ ।।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ପଞ୍ଚାୟତ ବନ୍ଧୁଗାଁ ଗ୍ରାମର ରାମୁଡୁ ଜାଗାରାଙ୍ଗା,ଙ୍କ ଝିଅ ସୁପ୍ରିୟା ଜାଗାରାଙ୍ଗା(୧୭) ବର୍ଷ ର ଜଣେ ଝିଅ ର ସାପ କାମୁଡାରେ ମୃତ , ଗତ କାଲି ରାତି ୧୦ଟା ସମୟରେ ସାପ କାମୁଡି ଥିଵା ନେଇ ସନ୍ଦେହ କରି ତାଙ୍କର ପରିବାର ଲୋକ କହିଥିଲେ ସୁଚନା ରୁ ଜଣାପଡିଛି ଯେ ମାଁ ବହୁତ ଦିନରୁ ଦେହ ଅସୁସ୍ଥ ଥିବା ଵେଲେ ଝିଅ ରାତି ସମୟରେ ଘରୁ ବାହାରକୁ ବାହାରି ପୁଣି ଘରକୁ ଆସି ଶୋଇ ପଡ଼ିଥିଲା । ଶଖାଳ ପାଇବା ପରେ ଝିଅଟି ଛଟ ପଟ ହେଉଥିବା ଦେଖି ପିତା ରାମୁଡୁ ଜାଗାରାଙ୍ଗା,ଏନେଇ କିଛି ସାପ କାମୁଡି ଥିଵା ସନ୍ଦେହ କରିଥିଲେ ଝିଅ ର ପାଟି ବାଉଳି ହୋଇଯାଇ ଯନ୍ତ୍ରଣା ଓ ଛଟପଟ ହୋଇ କିଛି ସମୟ ଭିତରେ ପାଟି ଓ କଥା କହିବା ବନ୍ଦ ହୋଇ ଯିବାରୁ ସକାଳ ୮ଟା ସମୟପରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରପୁର କୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ସାପ କାମୁଡାରେ ମୃତ୍ୟୁ ହୋଇଛି ଓ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟ କରିବାକୁ ପରାମର୍ଶ ଦେଇ ଥିଲେ।ଏନେଇ ତାଙ୍କ ପରିବାର ଲୋକ ଶବକୁ ଏକ ଅଟୋ ଭଡ଼ା କରି ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ସାପ କାମୁଡି ଥିଵା ଝିଅ କୁ ପୋଷ୍ଟ ମଟମ କରିଥିଲେ । ଏହି ଶାପ କାମୁଡ଼ା ବିସୟ କୁ ନେଇ ମୃତ୍ୟୁ ପରିବାର ଲୋକେ ଚନ୍ଦ୍ରପୁର ଥାନାରେ ଏତଲା ଦେଇଥିବା ଜଣା ପଡ଼ିଛି । କିନ୍ତୁ ଦୁର୍ଭାଗ୍ୟର କଥା ଏହିକି ଯେ ମାଁ ଙ୍କ ଦେହ ଅସୁସ୍ଥ ଥିବା ହେତୁ ରାତି ଅଧାରେ ମାଁ ଓ ଝିଅ ସୁପ୍ରିୟା ଜାଗାରାଙ୍ଗା,ଙ୍କ ସହିତ ମିଶି ବାଥରୁମ ଯାଇ ଫେରି ଆସି ନିଦରେ ଶୋଇ ପଡିଥିବା ବେଳେ।ସକାଳେ ସମସ୍ତେ ଘରଲୋକ ଉଠି କାମଧନ୍ଦା କୁ ଯିବାପରେ ମୃତ୍ୟୁ ଝିଅ ଛଟପଟ ହେଉଥିବା ବାପା ଦେଖି ଝିଅଟିକୁ ସାପ କାମୁଡି ଥିଵା ସନ୍ଦେହ କରି ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ସ୍ଵାସ୍ଥ୍ୟ ପରିକ୍ଷା କରିବା ପରେ ଝିଅକୁ ଡାକ୍ତର ଦେଖି ଶେଷରେ ମୃତ୍ୟୁ ଘୋଷଣା କରିଥିଲେ। ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡ଼ାକ୍ତର ଅନିଲ କୁମାର ବେହେରା ପୋଷ୍ଟ ମଟମ୍ କଲାପରେ ପରିବାର ଲୋକମାନଙ୍କୁ ଶବ ହସ୍ତାନ୍ତର କରିଥିଲେ। ଓ ପରିବାର ତରଫରୁ ସରକାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ