ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼: କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼

Jul 11, 2025 - 19:19
 0  8
ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼: କନ୍ଧମାଳରେ କଳାହାଣ୍ଡି ପୋଲିସକୁ ମାଡ଼

କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ । ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ୍ ନମ୍ବର୍ ଟ୍ରାକିଂ ଦ୍ବାରା ଜାଣିବାକୁ ପାଇଥିଲା କଳାହାଣ୍ଡି ଜିଲ୍ଲା ପୋଲିସ୍ । ଗତକାଲି ସାଧା ପୋଷାକରେ ତିନିଜଣ ପୋଲିସ୍ ଏକ ଘରୋଇ କାର୍ ରେ ମୋବାଇଲ୍ ଫୋନ୍ ନମ୍ୱର୍ ଲୋକେସନ୍ ଟ୍ରାକିଂ କରିଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଅଞ୍ଚଳରେ ପହଁଚିବା ପରେ ନିଜ ପରିଚୟ ଲୁଚାଇ ସମ୍ପୃକ୍ତ ଅପରାଧିକୁ ଫୋନ୍ କରି ଡାକିଥିଲା ପୋଲିସ୍ । ଅପରାଧି କୁ ଧରିବା ପାଇଁ ପୋଲିସ୍ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ପୋଲିସକୁ ଜାଣିପାରି ଚତୁରତାର ସହ ସେଠାରୁ ଦୌଡ଼ି ଯାଇ ପାଟିକରି ତାକୁ କିଛି ଅଜଣା ଲୋକ ଅପହରଣ କରି ନେଇଯାଉଥିବା କହିଥିଲ ଗାଁ ଲୋକଙ୍କୁ । ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଆଖପାଖ ଅଞ୍ଚଳରେ ଘଟଣା ବିଷୟରେ ପ୍ରଚାର କରିଦେଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରୁ ସାଧା ପୋଷାକଧାରୀ ପୋଲିସ୍ ଫେରିବା ବେଳେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ପନ୍ଦରମାଇଲ୍ ଛକ ନିକଟରେ କିଛି ଲୋକ ସାଧା ପୋଷାକଧାରୀ ପୁଲିସ୍ ଗାଡ଼ିକୁ ଅଟକାଇଥିଲେ । ଗାଡ଼ିରୁ ତଳକୁ ଓହ୍ଲାଇ ଲୋକଙ୍କୁ ନିଜ ପରିଚୟ ଦେଇଥିଲେ ପୋଲିସ୍ କର୍ମଚାରୀ । କିନ୍ତୁ ପୋଲିସ କର୍ମଚାରୀଙ୍କ କିଛି କଥା ନଶୁଣି ୫୯ ନଂ ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ତିନିଜଣ ପୋଲିସ୍ କର୍ମଚାରିଙ୍କୁ ନିର୍ଧୁମ୍ ମାଡ଼ ମାରିବା ସହ ପୋଲିସ୍ ରିଭଲଭର, ମୋବାଇଲ୍ ଏବଂ ସାତ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଉତ୍ୟକ୍ତ ଲୋକେ । ଘଟଣା ସମ୍ପର୍କରେ ଖବରପାଇ ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପହଁଚି ସେମାନଙ୍କୁ ଉଦ୍ଧାର କରିବା ସହ ପୋଲିସ ରିଭଲଭର, ମୋବାଇଲ୍ ଓ ଟଙ୍କା ମଧ୍ୟ ପୁନରୁଦ୍ଧାର କରି ଆହତ ପୋଲିସ୍ କର୍ମଚାରୀଙ୍କୁ ଚିକିତ୍ସା କରାଇ କଳାହାଣ୍ଡି ପଠାଇ ଦେଇଥିବା ଜଣାପଡ଼ିଛି । ଅନ୍ୟପଟେ ଏନେଇ ତୁମୁଡ଼ିବନ୍ଧ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ