ସାତଘାଟି ରାସ୍ତା ନିର୍ମାଣ ପାଇଁ ଏକ ସାମୂହିକ ପ୍ରୟାସର ସଫଳ ପରିଣତି
ବାଲିଗୁଡା ୨୬/୦୮/୦୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ସାତଘାଟି ରାସ୍ତା କେବଳ ଏକ ରାସ୍ତା ନୁହେଁ; ଏହା ମୋହନଗିରି ଅଞ୍ଚଳର ଜନଜୀବନ, ଯାତାୟାତ ଓ ବିକାଶର ଏକ ଆଶାର ପଥ। ଦୀର୍ଘଦିନ ଧରି ଏହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ଅଞ୍ଚଳବାସୀଙ୍କ ଦାବୀ ରହିଆସିଥିଲା। କନ୍ଧମାଳ ଏବଂ କଳାହାଣ୍ଡି ସୀମାନ୍ତ ଯାହାକି ବାଲିଗୁଡ଼ା ଠାରୁ ମହୋନଗିରି ଭବାନି ପାଟଣା କେସିଙ୍ଗl ତୁଷୁରା ବଲାଙ୍ଗିର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହି ରାସ୍ତା ପାଇଁ ଜନସାଧାରଣଙ୍କ ନ୍ୟାୟସଙ୍ଗତ ଦାବୀକୁ ନେଇ ଆମେ ବାଲିଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀ ଚକ୍ରମଣି କହଁରଙ୍କୁ ସାକ୍ଷାତ୍ କରି ସାତଘାଟି ରାସ୍ତାର ଆବଶ୍ୟକତା ଓ ଏହାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲୁ। ସେହି ସମୟରେ ନର୍ଲାର ମାନ୍ୟବର ବିଧାୟକ ଶ୍ରୀ ଭୂପିନ୍ଦର ସିଂହ ମହୋଦୟଙ୍କ ସହିତ ଫୋନ୍ ଯୋଗେ କଥା କରାଇ ସାତଘାଟି ରାସ୍ତା କାର୍ଯ୍ୟର ଆରମ୍ଭ ପାଇଁ ଆମର ଦାବୀ ଓ ପ୍ରସ୍ତାବକୁ ଦୃଢ଼ତାର ସହ ଉପସ୍ଥାପନ କରିଥିଲୁ। ସେତେବେଳେ କଳାହାଣ୍ଡି ଜିଲ୍ଲାପାଳ ଭାବେ ଦାୟିତ୍ୱରେ ଥିବା ଡ଼. ଡି. ବୃନ୍ଦା ମହୋଦୟା ମଧ୍ୟ ଏହି ବିଷୟରେ ଅବଗତ ଥିଲେ। ପରବର୍ତ୍ତୀ ସମୟରେ ଡ଼. ଡି. ବୃନ୍ଦା ମହୋଦୟା କନ୍ଧମାଳ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ, ଉଭୟ ମାନ୍ୟବର ବିଧାୟକଙ୍କ ପ୍ରସ୍ତାବ, ମୋହନଗିରି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବୀ ଓ ସାତଘାଟି ରାସ୍ତାର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଶାସନିକ ସ୍ତରରେ ଆବଶ୍ୟକ ପଦକ୍ଷେପ ଆଗକୁ ବଢ଼ିଥିଲା। ଅବଶେଷରେ ଜନସାଧାରଣଙ୍କ ଦାବୀ, ଜନପ୍ରତିନିଧିଙ୍କ ଉଦ୍ୟମ ଓ ପ୍ରଶାସନର ସକାରାତ୍ମକ ଚିନ୍ତନର ସୁନ୍ଦର ସମନ୍ୱୟରେ ସାତଘାଟି ରାସ୍ତାର ପ୍ରଶସ୍ତିକରଣ ପାଇଁ କାର୍ଯ୍ୟ ଅଟକଳ ଧାର୍ଯ୍ୟ କରାଯାଇ ରାସ୍ତା କାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ଏହି ସଫଳତା କେବଳ ଗୋଟିଏ ବ୍ୟକ୍ତିଙ୍କ ପ୍ରୟାସର ଫଳ ନୁହେଁ; ଏହା ମୋହନଗିରିବାସୀଙ୍କ ଦୀର୍ଘଦିନର ଆଶା, ଜନପ୍ରତିନିଧିଙ୍କ ସହଯୋଗ ଓ ପ୍ରଶାସନର ସକାରାତ୍ମକ ଭୂମିକାର ଏକ ଉଜ୍ଜ୍ୱଳ ପରିଣତି। ଯେଉଁ ପଥ ଦିନେ ଅବହେଳାର ନିରବ ସାକ୍ଷୀ ଥିଲା, ଆଜି ସେହି ପଥ ବିକାଶର ନୂଆ ସମ୍ଭାବନାର ଦ୍ୱାର ଖୋଲିବାକୁ ଯାଉଛି। ସାତଘାଟିର ଏହି ମଞ୍ଜୁରୀ ମୋହନଗିରି ଅଞ୍ଚଳବାସୀଙ୍କ ପାଇଁ ଏକ ନୂଆ ଆଶାର ଆଲୋକ। ଏଥିପାଇଁ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ମହୋଦୟ ଏବଂ ପ୍ରଶାସନ କୁ ଧନ୍ୟବାଦ ଜଣେଇଛନ୍ତି ମହୋନଗିରି ଅଞ୍ଚଳବାସୀ l
ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ପ୍ରତିନିଧି ସଲମନ୍ ବିନ୍ଧାଣୀ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0