ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ମେଗା ବୃକ୍ଷରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା

Jul 26, 2026 - 15:33
 0  1
ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ମେଗା ବୃକ୍ଷରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା

କନ୍ଧମାଳ ଜିଲ୍ଲାର ସଦର ମହକୁମା, ଫୁଲବାଣୀ ଠାରେ ପବିତ୍ର ସୁନାବେଶ ଅବସରରେ ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ବନ ବିଭାଗର ସହଯୋଗରେ ସ୍ଥାନୀୟ ନଗର ବନ ଉଦ୍ୟାନ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଶ୍ୱ ପରିବେଶ ସଂରକ୍ଷଣ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ଼ା. ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଏସ୍‌ପି ଦିଲ୍ଲୀପ ସାହାଣୀ, ରେଞ୍ଜ ଅଫିସର ଆଶଲତା ଦିଗାଲ ଓ ଫରେଷ୍ଟର ସରୋଜ ମିଶ୍ର ଉପସ୍ଥିତ ଥିଲେ। ଅତିଥିମାନେ ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ମତ ରଖିଥିଲେ।ରୋଟାରୀ କ୍ଲବ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ସହ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଭବିଷ୍ୟତରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣରେ ଉପଯୋଗୀ ଫାଶୀ ଗଛ ସହ ବିଭିନ୍ନ ଫଳଜ ବୃକ୍ଷ ରୋପଣ କରାଯାଇଥିଲା।ରୋଟାରୀ କ୍ଲବର ସଭାପତି ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କ୍ଲବ ସମ୍ପାଦକ ସୁନୀଲ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ତଥା ଏଜି ବିପ୍ର ଚରଣ ପାତ୍ର, ପ୍ରଶାନ୍ତ କୁମାର ପାଣିଗ୍ରାହୀ, କେ. ଜ୍ଞାନ ଦୋରା, ହରିଶ୍ଚନ୍ଦ୍ର ମହାରଣା, ରବି ନାରାୟଣ ସୁବୁଦ୍ଧି, ଉପେନ୍ଦ୍ର ମହାପାତ୍ର, ମନୋରଞ୍ଜନ ପଟ୍ଟନାୟକ, ବାଲାଜୀ ପାତ୍ର, ପ୍ରକାଶ ପଣ୍ଡା, ବିରଜା ନାହାକ, କ୍ରିଷ୍ଣା ସେନାପତି, ସଞ୍ଜିତ ପାତ୍ର, ସିମାଞ୍ଚଳ ବେହେରା, ପବନ ଅଗ୍ରୱାଲ, ସନ୍ତୋଷ ମିଶ୍ର, ବି. ଦେବେନ୍ଦ୍ର ପାତ୍ର, ସାମ୍ବାଦିକ ସୁବାସ ପ୍ରଧାନ, ଶିବ ବିଶ୍ୱାଳ, ଅଚ୍ୟୁତ ସେଠୀ, ଲଳିତ ମଲ୍ଲିକ, ଭି.ଭି. ଶଙ୍କର, ରମେଶ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନାଗରିକ, ଆଇନଜୀବୀ ଓ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

 କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ରଙ୍ଗନାଥ ବଡ଼ସେଟ୍ ଙ୍କ ରିପୋର୍ଟ first news odisha

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ