।। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର 36 ତମ ବାର୍ଷିକ ଉତ୍ସବ ।।

Feb 6, 2026 - 21:42
 0  7
।। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର  36 ତମ ବାର୍ଷିକ ଉତ୍ସବ ।।

କୋରାପୁଟ/ସୁନାବେଡ଼ା ତା:-୦୬/୨ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା ) ।। କୃଷ୍ଣ ଗଲରୀ ।। କୋରାପୁଟ ଜିଲ୍ଲା ସୁନାବେଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ, ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଏହି ଉତ୍ସବ ରେ ମାନନୀୟ ଶିବ ମୁଦୁଲି (ଭାରତୀୟ ଜନତା ପାର୍ଟି ର କୋରାପୁଟ ଜିଲ୍ଲା ସଭାପତି)ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ମାନନୀୟ ପ୍ରକାଶ କୁମାର ସାହୁ (Manager (CSR)Hindalco) ଯୋଗଦେଇଥିଲେ। ମୁଖ୍ୟବକ୍ତା ମାନନୀୟ ଡ8. ଜଳେନ୍ଦ୍ର ତ୍ରିପାଠୀ, ସଭାପତି ମାନନୀୟ ଚିରଞ୍ଜିବୀ ପରିଚ୍ଛା ଯୋଗଦେଇଥିଲେ। ଶ୍ରୀଯୁକ୍ତ ବିଜୟ ହନ୍ତାଳ ଏବଂ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଖୁଣ୍ଟିଆଙ୍କ ଦ୍ୱାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ବିଦ୍ୟୁତ ଲତା ଜେନା ମଞ୍ଚାସୀନ,ପ୍ରଧାନ ଆଶ୍ଚର୍ଯ୍ୟ ଲଷ୍ମୀକାନ୍ତ ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଣ୍ଡା ମହୋଦୟ ଙ୍କ ଦ୍ୱାରା ଉତ୍ସବ ର ବିବରଣୀ ପଠନ ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି ବାର୍ଷିକ ଉତ୍ସବ ର କାର୍ଯ୍ୟକ୍ରମ ରେ ମୋଟ ୧୭୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ। ଓଡ଼ିଆ ଶିକ୍ଷଣୀୟ ନାଟକ, ଓଡିଶୀ, ଭଜନ, ଏବଂ କୋରାପୁଟିଆ ନୃତ୍ୟ ଢେମସା ଇତ୍ୟାଦି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ର ସଫଳରୂପାୟନ ନିମନ୍ତେ ପରିଚାଳନା ସମିତି ର ସମସ୍ତ ସଦସ୍ୟ ଏବଂ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ପରିବାର ବର୍ଗ ଏବଂ ସମସ୍ତ ସେବକ /ସେବିକା, ଶୁଭେଛୁ, ଅଭିଭାବକ/ଅଭିଭାବିକା ବୃନ୍ଦ ଏବଂ ମାତୃଭାରତୀ ର ମାଆ ମାନେ ସକ୍ରିୟ ଅଂଶ ଗ୍ରହଣ ରେ କାର୍ଯ୍ୟକ୍ରମ ଟି ସାଫଲ୍ୟ ମଣ୍ଡିତ ହୋଇପାରିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ