ସରପଞ୍ଚଙ୍କ ମହାନତା,ବେସାହାରା ବ୍ୟକ୍ତିଙ୍କ ଶବ ସତ୍କାର କଲେ

Feb 2, 2025 - 17:14
 0  194
ସରପଞ୍ଚଙ୍କ ମହାନତା,ବେସାହାରା ବ୍ୟକ୍ତିଙ୍କ ଶବ ସତ୍କାର କଲେ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୨/୦୧/୨୦୨୫ : ରିଖ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଠାରେ ଜଣେ ଵେସାହାରା ବ୍ୟକ୍ତିଙ୍କ ସାହାରା ହୋଇ ମାନବିକତାର ପରିଚୟ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ! ଗତକାଲି ରାତି ୯ଘଣ୍ଟା ସମୟରେ ଅସୁସ୍ଥତା ଯୋଗୁଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଲେ ବ୍ୟକ୍ତିଙ୍କ ବନ୍ଧୁପରିଜନ କେହି ନଥିବାରୁ ଶବକୁ କାନ୍ଧ ଦେବାକୁ କେହି ନଥିଲେ ! ବ୍ୟକ୍ତି ଜଣକ ପାପଡାହାଣ୍ଡି ବ୍ଲକ ସଦର ମହକୁମାର ହାଟପଦା ସାହିର ବେଣୁ ଭତରା ( ୪୨ ) ଙ୍କର ୨ ମାସଧରୀ ପୀଡିତ ଥାଇ ଗତ ତା: ୦୧/୦୨/ ରିଖରେ ରାତ୍ରି ୯:ଘଟିକା ସମୟରେ ମୃତୁ ହେବାରୁ ୱାଡ଼ ମେମ୍ବର ଧନମତି ପ୍ରଧାନ ସରପଞ୍ଚ ଚନ୍ଦ୍ର ଶେଖର ମାଝୀ ଙ୍କୁ ସୂଚନା ଦେଇ ଥିଲେ, ବେଣୁ ଭତରା ଙ୍କର ବଡ଼ ଭଉଣୀ ରାମା ଭତରା ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଗ୍ରାମରେ ବିବାହ ହୋଇ ଛନ୍ତି ବେଣୁ ଭତରା ମୃତୁ ଖବର ଶୁଣି ଆସିଥିଲେ ମୃତୁ ହୋଇଥିବା ବେଣୁ ଭତରା ଶରୀରକୁ ଦାଶତ୍କାର କରିବାକୁ ପୁରୁଷ କେହିବି ନଥିବାରୁ ସରପଞ୍ଚ ଚନ୍ଦ୍ର ଶେଖର ମାଝୀ ଗ୍ରାମର କେତେ ଜଣ ଭାଇ ମାନଙ୍କୁ ଡାକି ଓ ହାଟପଦା ସାହି ବାସିନ୍ଦା ବେକ୍ତି ଲଖୁନାଥ ନାୟକ ଚାନ୍ଦୁ ନାୟକ, ଲଲିତା ପାଇକ,ଖଗ ଭତରା, ମତାଇ ଜାନି,ଦୋସୁଦା ଜାନି,ନାଗେଶ ଭତରା,ଲବ ଗୌଡ଼ ସାଇବ ନାୟକ,ଆଦିଙ୍କ ସହାୟତାରେ ଶବକୁ ମହା ପ୍ରୟାଣ ସାହାଯ୍ୟରେ ସ୍ମଶାନକୁ ନେଇ ଶବ ସତ୍କାର କରିଥିଲେ ! ସରପଞ୍ଚଙ୍କ ଏଭଳି ଏକ ମହାନ କାର୍ଯ୍ୟ ପାଇଁ ସରପଞ୍ଚଙ୍କୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ଓ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 3
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ