।। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।।

Dec 18, 2023 - 02:05
 0  20
।। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।।

ନୂଆପଡା : ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଲେଶ୍ୱର ଠାରେ 15.12.2023 ଏବଂ 16.12.2023 ଦୁଇଦିନ ଧରି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଏବଂ ନୂଆ-ଓ-ଯୁବ ଓଡିଶା, ନବୀନ ଓଡିଶା ଆଇଏନଡିପି ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଳେଶ୍ୱର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସରୋଜ ଦେବୀ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡାର ଶୁଭ-ଉଦଘାଟନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଖେଳର ମହତ୍ୱ ବୁଝାଇବା ସହିତ ଅନେକ ପ୍ରେରଣା ଦେଇଥିଲେ l ଏଥିରେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ପୁସ୍କର ମାଝୀ, ଖେଳ ନିରୀକ୍ଷକ ହେମକାନ୍ତ ଚନ୍ଦ୍ରକାର, ଆଭାସ ପଟେଲ ତଥା ବେଲଟୁକୁରି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବିଦ୍ୟାଧର ମାଝୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ଦ୍ୱାରା କ୍ରୀଡା ସୁଚାରୁରୂପେ ପରିଚାଳିତ ହୋଇଥିଲା l ଏଥିରେ ଭିଭିନ୍ନ ପ୍ରତିଯୋଗିତା ଯଥା - ଦୌଡ ପ୍ରତଯୋଗିତା, ସର୍ଟଫୁଟ,, ଡିସ୍କସ, ଥ୍ରୋ, ଧୀର ସାକଲ ଚାଳନା, ରଙ୍ଗୋଲି, ମେହେନ୍ଦୀ ଓ ଭିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲାବେଳେ ଦ୍ୱିତୀୟ ଦିବସରେ ଅବଶିଷ୍ଠ ଖେଳ ସମାପ୍ତ ହୋଇଥିଲା l ପରେ ବେଲଟୁକୁରି ଥାନାଧିକାରୀ ଶ୍ରୀମତୀ ସୂର୍ଯ୍ୟକାନ୍ତି ଦାସ ଙ୍କ ଦ୍ୱାରା ବାର୍ଷିକ କ୍ରୀଡା ଉଦଯାପନ କରାଯାଇଥିଲା ଏବଂ ଛତ୍ରଛାତ୍ରୀ ମାନଙ୍କୁ ଖେଳର ମହତ୍ୱ ବୁଝାଇଥିଲେ l କୃତି ପ୍ରତିଯୋଗିତା ମାନଙ୍କୁ ମଧ୍ୟ ପୂରୁସ୍କୃତ ପ୍ରଦାନ କାରାଯିବା ସହିତ ଚମ୍ପିୟାନ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୂରୁସ୍କୃତ କରାଯାଇ ଉତ୍ସାହ ପ୍ରଦାନ କରିଥିଲାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ କରିଥିଲେ l କାର୍ଯ୍ୟକ୍ରମର ଶେଷରେ ପୁସ୍କର ମାଝୀ ଧ୍ୟନ୍ୟବାଦ ଅର୍ପଣ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ