।। ସପ୍ତମ ଦିନରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆନ୍ଦୋଳନ ।।

Feb 19, 2024 - 21:11
 0  38
।। ସପ୍ତମ ଦିନରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆନ୍ଦୋଳନ ।।

ନୂଆପଡା : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ୟାଡର ପୁନର୍ଗଠନ ଦାବିରେ ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ଆନ୍ଦୋଳନରେ ଓହ୍ଲାଇଛନ୍ତି । ଅନେକ ବର୍ଷ ହେବ ରାଜ୍ୟର ଗ୍ରାମ୍ୟ କୃଷି କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଦାବି କରିଆସୁଛନ୍ତି । ହେଲେ ସରକାର କର୍ଣପାତ କରୁନଥିବାର ଦେଖାଦେଇଛି l ଏହି ପ୍ରସ୍ତାବ କ୍ଷେତ୍ର ବାସ୍ତବତା ସହ ସମସ୍ତ ଆନୁଷଙ୍ଗିକ ବିଧିବ୍ୟବସ୍ଥା ଓ ସମକାଳୀନ ଅନ୍ୟ ବିଭାଗୀୟ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ଆଧାରରେ ପ୍ରସ୍ତୁତ ହୋଇଛି l ଏହାର ପ୍ରସ୍ତୁତ ହେବାର 9 ମାସ ବିତି ଯାଇଥିଲେ ମଧ୍ୟ ଆଦେଶ ପ୍ରକାଶ ପାଇନଥିବାରୁ ଅସନ୍ତୋଷ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଅସନ୍ତୋଷ ଦେଖାଯାଇଛି l ଦୀର୍ଘ ୩ ଦଶନ୍ଧି ହେବ କ୍ୟାଡର ପୁନର୍ଗଠନ ହୋଇନଥିବାରୁ ପଦୋନ୍ନତି କ୍ଷେତ୍ରରେ ଅଚଳାବସ୍ଥା ଜାରି ରହିଛି । କମ୍ ଗ୍ରେଡପେ ସହ ପଦୋନ୍ନତି ଏକାଧିକ ବିଭାଗର ଶତାଧିକ କ୍ୟାଡର ପୁନର୍ଗଠନ ହୋଇସାରିଛି । ୨୦୧୮ରେ କୃଷି ନିର୍ଦ୍ଦେଶାଳୟରେ ମିନିଷ୍ଟରିଆଲ କର୍ମଚାରୀଙ୍କ କ୍ୟାଡର ପୁନର୍ଗଠନ ହୋଇସାରିଛି । ଏବେ କୃଷି କର୍ମଚାରୀ ମାନସିକ ଯନ୍ତ୍ରଣା ଓ ନୈରାଶ୍ୟ ମଧ୍ୟରେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ଅଭିଯୋଗ କରିଛନ୍ତି । ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଗ୍ରେଡପେ ବୃଦ୍ଧି ସହ କ୍ୟାଡର ପୁନଃଗଠନ, ନାମ ପରିବର୍ତନ, ଶିକ୍ଷାଗତ ଯୋଗ୍ୟତା ପରିବର୍ତନ, ଅନଲାଇନେ କାମ ପାଇଁ ଲାପଟପ ଓ ଟାବଲେଟ ଯୋଗାଣ, ପେଟ୍ରୋଲ ଓ ଅଏଲ ଲୁବ୍ରିକେଣ୍ଟ ଯୋଗାଣ, ବାଇକ ଆଲାଉନ୍ସ, ପଞ୍ଚାୟତସ୍ତରରେ ଭିଏଲଡବ୍ଲୁ ବାସସ୍ଥାନ ନିର୍ମାଣ କରିବାକୁ ଦାବି କରିଛନ୍ତି । ଜିଲ୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ସଭାପତି ବୀରସିଂ ଚିନ୍ଦା, ଉପସଭାପତି ଜଗନ୍ନାଥ ସୁନା, ସମ୍ପାଦକ ସୁଶାନ୍ତ ଭୋଇ, ସାଂଗଠନିକ ସମ୍ପାଦକ ଦୀପକ କୁମାର ପାଣ୍ଡେ, ଯୁଗ୍ମ ସମ୍ପାଦକ ଆଲୋକ ମେହେର, କୋଷାଧ୍ୟକ୍ଷ ବେଦବ୍ୟାସ ଶବର, ସହ-କୋଷାଧ୍ୟକ୍ଷ ନୀଳାମ୍ବର ସୁନାନୀ, ଉପଦେଷ୍ଟା ହୀରାଲାଲ ଶବର, କୂଳଦୀପ ମାଝି ପ୍ରମୁଖ ଆନ୍ଦୋଳନରେ ଉପସ୍ଥିତ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ