ସନ୍ଥ ଶିରୋମଣି ବାବା ଗୁରୁ ଘାଷିଦାସଙ୍କ 268 ତମ ଜୟନ୍ତୀ ପାଳିତ

Dec 19, 2024 - 04:13
 0  45
ସନ୍ଥ ଶିରୋମଣି ବାବା ଗୁରୁ ଘାଷିଦାସଙ୍କ 268 ତମ ଜୟନ୍ତୀ ପାଳିତ

ଓନୂଆପଡା/ଖରିଆର ରୋଡ : ଆଜି ସନ୍ଥ ଶିରୋମଣି ବାବା ଗୁରୁ ଘାଷିଦାସଙ୍କ 268 ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଆଜାଦ ଛକ ଠାରେ ସନ୍ଥ ଶିରୋମଣି ବାବା ଗୁରୁ ଘାଷିଦାସଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଖରିଆର ରୋଡ ନଗର ଅଧ୍ୟକ୍ଷା ଡ଼. ସୋନିୟା ଗୋଲଡି ଅଗ୍ରୱାଲ ଯୋଗଦାନ ସହ ଦ୍ୱୀପ ପ୍ରଜ୍ବଳିତ କରି ''ମନକେ ମନକେ ଏକ ସମାନ''ର ନାରା ଦେଇ ଏହି ଜୟନ୍ତୀ ପାଳନ କରିଥିଲେ l ଉକ୍ତ ସଭାରେ ପ୍ରକୃତି ପ୍ରେମୀ ମନୋଜ ଡାଗା, ସମାଜ ସେବୀ ଶ୍ୟାମ କେଶରବାନି, ଦୁର୍ଗା ବାହିନୀ ଅଧ୍ୟକ୍ଷା ଶ୍ରୁତି ବାଜପେୟୀ, ପାର୍ଷଦ ମୋହନ ଚେଲକ, ରାଜ ଭଣ୍ଡାରୀ, ହିରାବନ ବଘେଲ, ପୂର୍ବତନ ଜିଲ୍ଲା ସମ୍ପାଦକ ଲୋକେଶ କୁମାର, ବରିଷ୍ଠ କାର୍ଯ୍ୟକର୍ତା ମୋହନ ନାରଙ୍ଗ, ଧରମ ସୋନବାନି, ଅଶ୍ୱନୀ ଯୋଗୀ, ମହିଳା ପ୍ରକୋଷ୍ଠ ରୁ ଶ୍ରୀମତୀ ତୁଳସୀ ପହରେ, ପୁଷ୍ପାଞ୍ଜଳି ମହାନନ୍ଦ, ଗଙ୍ଗରାମ ପହରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଦେଶ ଅଧ୍ୟକ୍ଷ ଜ୍ୟୋତିଲାଲ ବଂଜାରେ ବାବାଜୀଙ୍କ ବାଣୀ ସତ ମାର୍ଗରେ ଚାଲିବ ପାଇଁ ଉପଦେଶ ଦେଇଥିଲାବେଳେ ନଗରରେ ମିଠା ବଣ୍ଟନ କରାଯାଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ