ଶ୍ରୀ ଜଗନ୍ନାଥ କଳା ଏକାଡେମୀର ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ
ବାରିପଦା, ୩୧।୫: ସ୍ଥାନୀୟ ପାଲବଣୀର ଶ୍ରୀ ଜଗନ୍ନାଥ କଳା ଏକାଡେମୀ ଦ୍ୱାରା ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ରବିବାର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ଶୁଭସ୍ମିତା ଭାରତୀ ହୋତାଙ୍କ ତତ୍ତ୍ବାବଧାନରେ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡ଼ ବନଜା ମହାନ୍ତି, ମୁଖ୍ୟବକ୍ତା ଭାବେ ବରିଷ୍ଠ ଚିତ୍ର ଶିଳ୍ପୀ ଚାରୁଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ତଥା ୱାର୍ଡ଼ କାଉନସିଲର ଦେବାଶିଷ ପାତ୍ର, ଉପସ୍ଥିତ ରହି ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ପିଲାଙ୍କୁ ଉତ୍ସାହିତ କରିବା ସହିତ ଭଲ ଜୀବନ ଶୈଳୀ ଗଢିବା ପାଇଁ ବିଭିନ୍ନ ଉପଦେଶ ଦେଇଥିଲେ l ଦୀର୍ଘ ୧୧ ଦିନ ବ୍ୟାପୀ ଶିବିର ଚାଲୁ ରହିଥିଲା l ମୟୂରଭଞ୍ଜର ବିଭିନ୍ନ ପ୍ରାନ୍ତରୁ ପିଲା ମାନେ ଅଂଶ ଗ୍ରହଣ କରଥିଲେ l ଏହି ଶିବିରରେ ଆର୍ଟ ଆଣ୍ଡ କ୍ରାପଟ ସହିତ ଟେରାକୋଟା, ଯୋଗ, ନୃତ୍ୟ, ଆଉଡର ଷ୍ଟଡ଼ି ସହିତ ବିଭିନ୍ନ ପ୍ରକାର ଖେଳ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା l ଆଉଡର ଷ୍ଟଡି ପାଇଁ ପିଲାମାନେ ଶ୍ରୀରାମଚନ୍ଦ୍ର ପାଠାଗାର ପରିଦର୍ଶନ କରିଥିବା ବେଳେ, ଖେଳ କୁଦ ପାଇଁ ବିଜୁପଟ୍ଟନାୟକ ପାର୍କକୁ ଯାଇଥିଲେ l ବର୍ତ୍ତମାନ ପିଲା ମାନେ ମୋବଇଲ ଫୋନରେ ବ୍ୟସ୍ତ ରହୁ ଥିବା ବେଳେ ପ୍ରତେକ ଦିନ ୪ ଘଣ୍ଟା ବିଭିନ୍ନ କାର୍ଯ୍ୟକ୍ରମରେ ନିୟଜିତ ରହି ଫୋନ ଠାରୁ ଦୁରେଇ ରହିବାର ଚେଷ୍ଟା ସମସ୍ତଙ୍କୁ ସଫଳ ଦେଇଥିଲା l ଉତ୍ସବରେ ସମସ୍ତଙ୍କୁ ସାର୍ଟିଫିକେଟ ଏବଂ ମେଡାଲ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରଯାଇଥିଲ l ଟ୍ରଷ୍ଟି ସୁବାସ ଚନ୍ଦ୍ର ରାଉତ ଏବଂ ରାକେଶ କୁମାର ବେହରାଙ୍କ ସହିତ କଳା ଶିକ୍ଷକ ପ୍ରକାଶିନୀ ସାହୁ, ତାପସୀ ମଢୁଆଳ, ଚିରଞ୍ଜୀବ ସାହୁ, ଯୋଗ ଶିକ୍ଷକ ଚନ୍ଦନ ମିଶ୍ର, ନୃତ୍ୟ ଶିକ୍ଷକ ସୁଜିତ କୁମାର ଧଳ ଏବଂ ସାଇରା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବା ସହିତ ପରିଚାଳନାରେ ସହଯୋଗ କରିଥିଲେ l ଟ୍ରଷ୍ଟି ରାକେଶ ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ତାପସୀ ମଢୁଆଳ ଏବଂ ଶୃତୀ ସମ୍ପର୍ଣ୍ଣା ମଞ୍ଚ ପରିଚାଳନା କରିଥିଲେ l
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0