ଶିକ୍ଷକ ସମନ୍ୱୟ ସମିତି ତରଫରୁ କେନ୍ଦ୍ର ଓ ରାଜ୍ୟ ଶିକ୍ଷମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sep 16, 2025 - 16:15
 0  4
ଶିକ୍ଷକ ସମନ୍ୱୟ ସମିତି ତରଫରୁ କେନ୍ଦ୍ର ଓ ରାଜ୍ୟ ଶିକ୍ଷମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା - ତା :- ୧୫/୦୯/୨୦୨୫ ରିଖ ସ୍ଥାନୀୟ ସର୍କିଟ ହାଉସରେ ମୟୁରଭଞ୍ଜ ଶିକ୍ଷକ ସମନ୍ୱୟ ସମିତିର କର୍ମକର୍ତ୍ତା ମାନ୍ୟବର କେନ୍ଦ୍ର ଶିକ୍ଷମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଏକ ଦାବିପତ୍ର ପ୍ରଦାନ କରିଥିଲେ I ଉକ୍ତ ଦାବୀ ଗୁଡିକର ପୁନର୍ବିଚାର କରିବା ପାଇଁ ଉପସ୍ଥିତ ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସାଂସଦ ଓ ବିଧାୟକ ମାନଙ୍କୁ ଅନୁରୋଧ କରିଥିଲେ I ଦାବୀ ଗୁଡିକ ହେଲା ୨୦୧୧ ପୂର୍ବରୁ ୧- ଚାକିରୀ କରିଥିବା ଶିକ୍ଷକ ମାନଙ୍କୁ ଓ ଟି ଇ ଟି ପରୀକ୍ଷା ଦେବାକୁ ବାଧ୍ୟତାମୂଳକ ନକରିବା, ୨- ୨୦୦୧ ମସିହାରୁ ନିୟୋଜିତ ଶିକ୍ଷକ ମାନଙ୍କର ୬ ବର୍ଷର ଠିକା ନିଯୁକ୍ତିକୁ ନିୟମିତ କରିବା, ୩- ପ୍ରାଥମିକ ବିଦ୍ୟାଳୟରେ ଅତିକମରେ ୩ ଜଣ ଶିକ୍ଷକ ନିଯୁକ୍ତି, ୪- ଶିକ୍ଷକ ମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରୁ ଅବ୍ୟାହିତି ଦେବା, ୫- ନୂତନ ପେନସନ ବଦଳରେ ପୁରୁଣା ପେନସନ ପ୍ରଦାନ I ଦାବୀ ଗୁଡିକର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବେବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ I ଏହି ଆଲୋଚନାରେ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଆବାହକ ବିମଳ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, ସାଙ୍ଗଠନିକ ସମ୍ପାଦକ ସୋମନାଥ ସିଂହ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ଉପଦେଷ୍ଟା ଯାମିନୀ ପଣ୍ଡା, ଗୌରଗୋପାଳ ଲେଙ୍କା, କାର୍ଯ୍ୟନିର୍ବାହୀ କମିଟିର ସଭ୍ୟ/ସଭ୍ୟା ତଥା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତ, ରାଜ୍ୟ ସଂଯୋଜକ ଭବେଶ ପାଣିଗ୍ରାହୀ ଏବଂ ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ଅଜୟ ମହାନ୍ତ, ଶିବନାରାୟଣ ମହାନ୍ତ, ଅଜୟ ମହାପାତ୍ର, ଦୀପକ କୁମାର ପାତ୍ର, ସିପ୍ରା ନାମତା ଅଂଶଗ୍ରହଣ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ