।। ଶିକ୍ଷକ ଭବନ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବିପତ୍ର ।।

Nov 2, 2023 - 15:52
 0  21
।। ଶିକ୍ଷକ ଭବନ ନିର୍ମାଣ ପାଇଁ  ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଦାବିପତ୍ର ।।

ନୂଆପଡା : ନୂଆପଡାରେ ଏକ ଶିକ୍ଷକ ଭବନ ନିର୍ମାଣ ପାଇଁ ଜ଼ିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ନୂଆପଡା ଟାନୱlଟ ଶବର ସମାଜ ଗୃହରେ ସଭାପତି ଅମିଲାଲ ଶବରଙ୍କ ନେତୃତ୍ୱରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି l ନୂଆପଡା ସିଟି ଶିକ୍ଷକ ସଙ୍ଘର ଘରଟିଏ ନାହିଁ l ଫଳରେ କୌଣସି ବୈଠକ କରିବା ପାଇଁ ସେମାନେ ଅସୁବିଧା ସମ୍ମୁଖିନ ହେଉଛନ୍ତି l ଜ଼ିଲ୍ଲାର ଅନ୍ୟ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନେ ବିଭିନ୍ନ କାର୍ଯ୍ୟ ପାଇଁ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଆସିଲେ ରାତ୍ରୀ ଜାପନ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ସେଥିପାଇଁ ନୂଆପଡା ଜ଼ିଲ୍ଲାରେ ଏକ ଶିକ୍ଷକ ଭବନ ତିଆରି ହେଲେ ଜ଼ିଲ୍ଲାର ସମସ୍ଥ ଶିକ୍ଷକ, ଶିକ୍ଷୟତ୍ରୀ ଉପକୃତ ହେବ ବୋଲି କୁହାଯାଇଛି l ଏହି ଦାବୀପତ୍ର ପ୍ରଦାନ ବେଳେ ସଂଘର ନିରୋଦ ପାଢ଼ୀ ବିଦ୍ୟାଧର ମିଶ୍ର, ସରୋଜ ଅଗସ୍ତି, କବିର ଚନ୍ଦ୍ର ରାଉତ, ସାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ