ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସ ମାଡିବସିବା ବେଳେ ଦେଖି ହେଲେ ବେହୋସ

Sep 1, 2024 - 15:43
 0  12
ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସ ମାଡିବସିବା ବେଳେ ଦେଖି ହେଲେ ବେହୋସ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମାଝୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ୨୫ ହଜାର ଲାଞ୍ଚ ନେବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଲା ଭିଜିଲାନ୍ସ । ତେବେ ଭିଜିଲାନ୍ସକୁ ଦେଖି ହଠାତ୍‌ ଅଚେତ ହୋଇପଡ଼ିଲେ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର। ତାଙ୍କୁ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି। ସେ ମନରେଗା ବିଲ କରାଇଦେବାକୁ ଠିକାଦାରଙ୍କଠୁ ଲାଞ୍ଚ ନେଉଥିଲେ।ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଭିଜିଲାନ୍ସ କର୍ତ୍ତୃପକ୍ଷ । ଭିଜିଲାନ୍ସ ଅତିରିକ୍ତ ଏସପି ଓ ଇନ୍ସପେକ୍ଟର ତରୁଲତା ବେହେରା ଘଟଣାର ତଦନ୍ତ କରୁଛନ୍ତି । ସେ ସୁସ୍ଥ ହେବା ପରେ ଅଧିକ ତଦନ୍ତ କରିବ ଭିଜିଲାନ୍ସ ବୋଲି ଜଣାପଡିଛି।

 ରାୟଗଡା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ