ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ୨୦୨୧-୨୨ମସିହା ପାଇଁ ପୁରସ୍କାର ପାଇଲେ ସାହେବ ଗିରି

Mar 9, 2025 - 19:59
 0  11
ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ୨୦୨୧-୨୨ମସିହା ପାଇଁ ପୁରସ୍କାର ପାଇଲେ ସାହେବ ଗିରି

ନୂଆପଡ଼ା : ନ୍ୟାସନାଲ ମହାବିଦ୍ୟାଳୟ, ନୂଆପଡ଼ାର ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀ ସାହେବ ଗିରି ୨୦୨୧-୨୨ମସିହା ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପାଇଛନ୍ତି । ଓଡ଼ିଶାର ମହାମହିମ ରାଜ୍ୟପାଳ ରାଜଭବନ ମଧ୍ୟରେ ସ୍ଥିତ ନୂତନ ଅଭିଷେକ ପ୍ରେକ୍ଷାଳୟ ଠାରେ ଏକ ବର୍ଣ୍ଣାଢ଼୍ଯ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲା ଯୁବ ରେଡ଼କ୍ରସ ଅଧ୍ଯକ୍ଷ ପ୍ରଫେସର ହିତେଶ କୁମାର ସାହୁ, ଜିଲ୍ଲା ଆବାହକ-ସଂପାଦକ ଶିବ ପ୍ରସାଦ ସା, ଜିଲ୍ଲା ସଂଯୋଜକ ଅଶ୍ୱିନୀ ଓତା ତଥା ନ୍ଯାସନାଲ ମହାବିଦ୍ୟାଳୟ ର ସମସ୍ତ ଅଧ୍ଯାପକ,ଅଧ୍ଯାପିକା ଓ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ