ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ମିଳିଥିବାରୁ ବିଜେଡି ମହଲରେ ଖୁସିର ଲହରୀ

Mar 27, 2024 - 22:44
 0  43
ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ମିଳିଥିବାରୁ ବିଜେଡି ମହଲରେ ଖୁସିର ଲହରୀ

ନୂଆପଡା : ରାଜ୍ୟ ସରକାରଙ୍କ ବିକାଶର ବହୁମୁଖୀ ଯୋଜନା କୁ ପ୍ରତି ଗାଁ ରେ ପହଞ୍ଚାଇ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଅଧିକ ଶକ୍ତିଶାଳୀକରିଛନ୍ତି ପୂର୍ବତନ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କ ମନ୍ତୀ ଥିବା ସମୟରେ ପ୍ରତ୍ୟେକ ଦିନ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଅନବରତ ଯୋଗଦେବା ଫଳରେ ଆଜି ଘରେ ଘରେ ପରିଚୟ ସୃଷ୍ଟି କରି ବିଜୁ ଜନତାଦଳ କୁ ଆହୁରି ଶକ୍ତି ଶାଳୀ କରିପାରିଛନ୍ତି । ସହର ଠାରୁ ଗ୍ରାମାଞ୍ଚଳ ସବୁଠି ପହଞ୍ଚି ଯେ କୌଣସି ସମସ୍ୟା ଥିଲେ ସମାଧାନ କରିବାକୁ ଚେଷ୍ଟା କରି ଚାଲିଥିବାରୁ ସମସ୍ତ ଙ୍କ ପ୍ରିୟ ହୋଇଇପାରିଛନ୍ତି l ନୂଆପଡା ନିର୍ବାଚନ ମଣ୍ଡଳୀ ରେ ସରକାର ଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଦବାପାଇଁ ଓ ମୁଖ୍ୟମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଯୋଜନାକୁ ସଫଳତାର ସହ ପ୍ରତି ଘର କୁ ପହଞ୍ଚାଇବା ପାଇଁ ସଦା ଉଦ୍ୟମରତ କରିପାରିଛନ୍ତି l ଆଜି ପୂର୍ବତନ ନୂଆପଡା ବିଧାୟକ ତଥା ଓଡିଶା ସରକାରଙ୍କ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାମ ନୂଆପଡା ବିଧାନସଭା ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବରେ ରାଜ୍ୟ ବିଜେଡି ପକ୍ଷରୁ ଘୋଷିତ ହୋଇଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ତଥା ନୂଆପଡା ବିଧାନସଭା ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି ତଥା ଆଜି ଖଡିଆରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟରେ କାର୍ଯ୍ୟକର୍ତା ଏବଂ ଶହ ଶହ ସଂଖ୍ୟାରେ ଅଂଚଳର ଲୋକେ ଠୁଳ ହୋଇ ବାଣ ଫୁଟାଇ ନିଜ ଖୁସି ଜାହିର କରିଥିବା ନଜରକୁ ଆସିଛି । ବାଣ ଫୁଟାଇ ନିଜ ଖୁସି ଜାହିର କରିଥିବା ବେଳେ ଅପକିବାର ଏକଲାଖ ପାର ବୋଲି ସମର୍ଥକମାନେ ନାରା ଦେଇ ଖୁସି ଜାହିର କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ