ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ପ୍ରଶାସନିକ ଭବନ ଉଦଘାଟିତ

Sep 16, 2025 - 16:13
 0  6
ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ପ୍ରଶାସନିକ ଭବନ ଉଦଘାଟିତ

ବାରିପଦା - ତା - ୧୫/୦୯/୨୦୨୫ ରିଖ ବାରିପଦା ଷ୍ଟାଡିୟମ ପରିସରରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ନୂତନ ପ୍ରଶାସନିକ ଭବନ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଭବନର ଶୁଭ ଉଦଘାଟନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଲୋକସଭା ସାଂସଦ ନବ ଚରଣ ମାଝୀ,, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟକ ସଞ୍ଜଳୀ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଉପସ୍ଥିତ ଥିଲେ I ବାରିପଦା ଷ୍ଟାଡିୟମରେ ତିନି ମହଲା ବିଶିଷ୍ଟ କ୍ଲବ ଘର ସହିତ ସନ୍ତରଣାଗାର, ଇଣ୍ଡୋର ବକ୍ସିଂ, ରେସଲିଙ୍ଗ ଅଭ୍ୟାସ ଗୃହ, ଦୁଇଟି ଖେଳାଳିଙ୍କ ପାଇଁ ପେଭିଲିଆନ ଆଦିର ଆବଶ୍ୟକତା ଉପରେ ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରାୟ ୮୪ କୋଟି ଟଙ୍କାର ଏକ ପ୍ରକଳ୍ପ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ I ତୁରନ୍ତ ଏହାକୁ ବିଚାରକୁ ନିଆଯାଇ କାର୍ଯ୍ୟକାରୀ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ I ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ମନୋଜ କୁମାର ସାଓ, କୋଷାଧ୍ୟକ୍ଷ ଅମିତାଭ ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଗୌରୀଶଙ୍କର ସିନ୍ହା, ଅଶୋକ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ହରପ୍ରସାଦ ପାତ୍ର, ଫାଓ ଉପ ସଭାପତି ଅସିତ ବରଣ ପତି, ଅ ଭି ଏ ଉପ ସଭାପତି ମନରଞ୍ଜନ ଜୀଉ ଓ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ I କୁମାର ରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ