ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବି ରେ ବିକ୍ଷୋଭ
ବାରିପଦା -ଏଆଇସିସି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଙ୍କ ନିର୍ଦେଶ କ୍ରମେ ଜାତୀୟ ଗଣମାଧ୍ୟମ ରେ ପ୍ରକାଶିତ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେସ କୁମାର ଙ୍କ ମନମୁଖୀ କାର୍ଯ୍ୟକ୍ରମ ତାଙ୍କ ସହଯୋଗୀ ମାନଙ୍କୁ ଅଣଦେଖା କରିବା ପ୍ରତିବାଦ ରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି (ପୂର୍ଵ )ତରଫରୁ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା ଜିଲ୍ଲା କଂଗ୍ରେସ ର ଶତାଧିକ କର୍ମୀ ଏକ ପଟୁଆର ରେ ଆସି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଓ ଗିରଫ ଦାବିରେ ନାରାବାଜି ଦେଇଥିଲେ, ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ବିଶ୍ୱାଳ ଏସ ଆଇ ଆର ମାଧ୍ୟମରେ ଜନସାଧାରଣ ଙ୍କ ମୌଳିକ ଅଧିକାର ଏବଂ ଗଣତନ୍ତ୍ର କୁ କିପରି ହତ୍ୟା କରାଯାଇଛି ତା ଉପରେ ମତବ୍ୟକ୍ତ କରିବା ସହ ବିଜେପି ସରକାର ଙ୍କୁ କଡା ସମାଲୋଚନା କରିଥିଲେ, ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ଜ୍ୟୋତି ପ୍ରକାଶ ରଥ ରାମଚନ୍ଦ୍ର ହାଁସଦା, କୃଷକ ସଭାପତି,ଦୀପକ ଦାସ,ମୀନକେତନ ବେହେରା, ଚନ୍ଦନ କିସ୍କୁ ଜୀବନ ବାରିକ ବନମାଳୀ ବାରିକ, ପ୍ରଦୀପ ମିଶ୍ର ଶାନ୍ଟୁନୁ ପାଲ, ବିଜୟ ସିଂ, ଭାବନୀ ସାହୁ ରତନ ମହାନ୍ତ,ସଂଜୀବ ପଣ୍ଡା, ପ୍ରଦୀପ ଦାସ, ଉତ୍ତମ ବେହେରା ସୁନୀଲ ମୂର୍ମୁ, ବିରାମ ମୂର୍ମୁ ଅଭିଷେକ ଯାଦବ ସମସ୍ତ ବ୍ଲକ ର ବ୍ଲକ ସଭାପତି ସହିତ ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମିତା ମିଶ୍ର, ରଞ୍ଜୀତା ଯୋଶୀ, ଗୌରୀ ନାୟକ ସବିତା ସୋରେନ ଇତିଶ୍ରୀ ମିଶ୍ର, ମମତା ନାୟକ ସହିତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିବା ର ଦେଖିବାକୁ ମିଳିଥିଲା,
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0