ମୁଖ୍ୟମନ୍ତ୍ରୀ ଯୋଗଦେଲେ ନବରଙ୍ଗପୁର ମଣ୍ଡେଇ ମହୋତ୍ସବ ଉଦଯାପନି ଉତ୍ସବରେ

ନବରଙ୍ଗପୁର ତା:-୦୮/୧୨/୨୦୨୪ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ ! ଶେଷ ଦିନ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରେଣ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗଦେଇଥିଲେ ! ମଣ୍ଡେଇ କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ପହଞ୍ଚିବା ପରେ ପୋଲିସ ଆରଓ ପଡିଆ ସ୍ଥିତ ହେଲିପେଡ ରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ! ଏବଂ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ସହ ବହୁ ବିଜେପି ନେତା, ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ! ଏହା ପରେ ସର୍କିଟ ହାଉସ ରେ ପହଞ୍ଚି ଅଳ୍ପ ବିଶ୍ରାମ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଝରିଗାଁ ବିଧାୟକ ନରସିଂହ ଭତ୍ରା ଙ୍କ ସହ ସର୍କିଟ ହାଉସ ଠାରୁ ମଙ୍ଗଳମ ଟିମ୍ବର ଛକ ପର୍ଯ୍ୟନ୍ତ ଉପସ୍ଥିତ ବିଜେପି କର୍ମୀ ମାନଙ୍କ ସହିତ ରୋଡ଼ ଶୋ ରେ ସାମିଲ ହୋଇଥିଲେ ! ଏବଂ ରାଲି ରେ ଯାଇ ନବରଙ୍ଗପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ! ପରେ ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ର ଉଦଯାପନି ଉତ୍ସବରେ ସାମିଲ ହୋଇଥିଲେ ! ମଣ୍ଡେଇ ପଡିଆ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଙ୍କୁ ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ଗୀତ ନୃତ୍ୟ ରେ ସ୍ୱାଗତ କରାଯାଇଥିଲା ! ପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଣ୍ଡେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ! ମଞ୍ଚ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,ଝରିଗାଁ ବିଧାୟକ ନରସିଂହ ଭତ୍ରା ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇଥିଲେ ! ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମଞ୍ଚ ରେ ଭାଷଣ ସମୟ ରେ ରାଜନୈତିକ ସଭା ପାଲଟି ଯାଇଥିଲା ! ମଣ୍ଡେଇ ମଞ୍ଚ ରେ ଉପସ୍ଥିତ ଶାସକ ଓ ବିରୋଧୀ ବିଧାୟକ ,ସାଂସଦ ଙ୍କ ମଧ୍ୟ ରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ! ଡାବୁଗାଁ ର ବିଜେଡି ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ସହ ,ଡିପିସି ଚେୟାରମ୍ୟାନ, ଏସ ଡିସିସି ଗଠନ ଭଳି ଅନେକ ଦାବି କରି ମୁଖ୍ୟମନ୍ତ୍ରୀ ଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ଯାହାକୁ ମଞ୍ଚ ରେ ଉପସ୍ଥିତ ଥିବା ବିଜେପିର ଲୋକସଭା ସାଂସଦ ବଳଭଦ୍ର ମାଝୀ, କାଉଣ୍ଟର ଆଟାକ କରିଥିବା ଦେଖିବାକୁ ମିଳିଥିଲା ! ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରେ ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲାର ଗୁରୁତ୍ତ୍ୱପୂର୍ଣ୍ଣ ଦାବି ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ମୁହଁ ଖୋଲି ଏହା ପୂରଣ ପାଇଁ ବିଭାଗ କୁ ନିର୍ଦେଶ ଦେଇଥିବା କହିଛନ୍ତି ! ଓଡିଶାର ଉନ୍ନତି ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହ ଡିଜି ସମ୍ମିଳନୀ କରି ନିଜେ ତିନି ଦିନ ଉପସ୍ଥିତ ରହି ଓଡ଼ିଶାର ବିକାଶ ପାଇଁ ଆଲୋଚନା କରିଥିବା କହିଛନ୍ତି ! ନବରଙ୍ଗପୁର ମାଟି ଐତିହାସିକ ମାଟି ! ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ! ନବରଙ୍ଗପୁର ଜିଲ୍ଲା ପ୍ରତି ତାଙ୍କ ଦୁର୍ବଳତା ଥିବା କହିଛନ୍ତି ! ଦକ୍ଷିଣ ଓଡ଼ିଶାର ଚାରି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା ,ମାଲକାନଗିରି ଜିଲ୍ଲା ରେ ବିଗତ ସରକାରଙ୍କ ଅମଳ ରେ କିଛି କାମ ହୋଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ! ପ୍ରଧାନମନ୍ତ୍ରୀ ଙ୍କ ଠାରୁ ୧୮ ଘଣ୍ଟା ର ପରିଶ୍ରମ କରିବା ପାଇଁ ପ୍ରେରଣା ପାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ! ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବିକାଶ କରିବା ସହ ବିଭିନ୍ନ ହସ୍ତଶିଳ୍ପ ର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ! ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୀତ ରେ ମଧ୍ୟ ବିଳମ୍ବିତ ରାତି ରେ ମଧ୍ୟ ଦର୍ଶକ କୁ ବାନ୍ଧି ରଖିଥିଲା ! ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ରାତ୍ରି ଯାପନ ପରେ ସକାଳେ ୧୦:୪୫ ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକଙ୍କ ରିପୋର୍ଟ First News Odisha !
What's Your Reaction?






