ମୀନକେତନଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କଲା ପିସିସି
ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ସମ୍ପାଦକ ତଥା ପିସିସି ସଭ୍ୟ ମୀନକେତନ ବେହେରାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି, ରାଜ୍ୟ ଶୃଙ୍ଖଳା କମିଟିର ଅଧକ୍ଷ ଶ୍ରୀ ସୁଜିତ କୁମାର ପାଢ଼ୀ ସମସ୍ତ ବିଷୟକୁ ବିଚାର ବିମର୍ଶ କରି ମୟୁରଭଞ୍ଜ ଜିଲ୍ଲା ସଂଗଠନକୁ ସୁଦୃଢ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରିକରି ଶ୍ରୀ ମିନକେତନ ବେହେରା ଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି. ମୀନକେତନ ବେହେରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଜିଲ୍ଲା କଂଗ୍ରେସ ସଭାପତି ପୁର୍ଣଚନ୍ଦ୍ର ବିଶ୍ୱାଳ, ମୟୁରଭଞ୍ଜ ବାର ଆଶ୍ସୋସିଏସନ ସଭାପତି ଜ୍ୟୋତି ପ୍ରକାଶ ରଥ, ଅଶୋକ ଗିରି, ପ୍ରଦୀପ ଦାସ, ଏସସି ସେଲ ସଭାନେତ୍ରୀ ସୁସ୍ମିତା ବେହେରା, ଜିଲ୍ଲା ଉପ ସଭାନେତ୍ର ମାଧବୀ ସେନାପତି, ଭୁବନେଶ୍ୱରୀ ଜେନା,ଗୌରୀ ନାୟକ, ପ୍ରଦେଶ କମିଟି ସଭାପତି ଓ ଶୃଙ୍ଖଳା କମିଟି ଅଧକ୍ଷ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ ମୀନକେତନ ବେହେରା ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜାଣିଛନ୍ତି. ମୀନକେତନ ବେହେରା ମଧ୍ୟ୍ୟ ଜିଲ୍ଲା ର ସମସ୍ତ ନେତା ଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟ ନେତୃତ୍ୱ ଙ୍କୁ କୃତଜ୍ଞତା ଜଣାଇ ସମସ୍ତେ ମିଳିମିଶି କଂଗ୍ରେସ କୁ ସୁଦୃଢ କରିବା ପାଇଁ କାର୍ଯ୍ୟକାରିବୁ ବୋଲି ପ୍ରକାଶ କରିଛନ୍ତି.
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0