ମା' ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବାକୁ ଗ୍ରାମ୍ୟ କମିଟିର ଦାବି

Jun 10, 2025 - 17:13
 0  12
ମା' ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି ଓ ଆୟବ୍ୟୟର ତଥ୍ୟ ଦେବାକୁ ଗ୍ରାମ୍ୟ କମିଟିର ଦାବି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମା' ପାଟ୍ଟଖଣ୍ଡାଙ୍କ ଦୈନିକ ନିତିର ସୁପରିଚାଳନା ସହ ମା'ଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ତାହାର ରକ୍ଷଣାବେକ୍ଷଣ କିଭଳି ହୋଇପାରିବ ସେନେଇ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବାଲିଗୁଡ଼ା ଗ୍ରାମ୍ୟ କମିଟି ପକ୍ଷରୁ ଏକ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ ମନ୍ଦିର ପରିଚାଳନା କମିଟି ମା'ଙ୍କ ସମ୍ପତ୍ତିର କୌଣସି ସଠିକ୍ ବିବରଣୀ ଦେଉନଥିବା ସହ ଆୟ ବ୍ୟୟର କୌଣସି ତଥ୍ୟ ସାର୍ବଜନିକ କରୁନଥିବା ଯୋଗୁଁ ସହରବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଏଣୁ ଗତ ୧୦ ବର୍ଷ ମଧ୍ୟରେ ମା ପାଟ୍ଟଖଣ୍ଡାଙ୍କ ସମ୍ପତ୍ତି କ'ଣ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି, ମା'ଙ୍କ ନିକଟକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ କେତେ ,ସୁନା ରୁପା, ଟଙ୍କା ଦାନ ଦେଇଛନ୍ତି ମନ୍ଦିର ପରିଚାଳନା କମିଟିକୁ ଏହାର ଜବାବ ମାଗିଛନ୍ତି ଅଞ୍ଚଳବାସୀ । ଏହି ବୈଠକରେ ଏକ ଅସ୍ଥାୟୀ ଗ୍ରାମ୍ୟ କମିଟି ଗଠନ କରାଯାଇଛି। ମା'ଙ୍କ ସମ୍ପତ୍ତି ତଥା ଆୟ ବ୍ୟୟର ଅଡିଟ୍ କରି ସାର୍ବଜନୀନ କରିବା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ଦାବିପତ୍ର ଦିଆଯିବା ନେଇ ସ୍ଥିର ମଧ୍ୟ କରାଯାଇଛି । ମା' ପାଟ୍ଟଖଣ୍ଡା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ । ମା' ଙ୍କ ନିତି ନିୟମ ସୁରୁଖୁରୁରେ ହେବା ସହ ମା'ଙ୍କ ସମ୍ପତ୍ତି ସୁରକ୍ଷିତ ରହିବା ନିହାତି ଆବଶ୍ୟକ ବୋଲି ସମସ୍ତ ଜନସାଧାରଣ ମତପ୍ରକାଶ କରିଛନ୍ତି । ଏହି ସାଧାରଣ ସଭାରେ ବାଲିଗୁଡ଼ା ସହରର ୧୩ ଟି ଓ୍ବାର୍ଡର ଜନସାଧାରଣଙ୍କ ସମେତ ସମସ୍ତ କାଉନସିଲର, ବୁଦ୍ଧିଜୀବୀ, ସହରର ବ୍ୟବସାୟୀଙ୍କ ସମେତ ମା' ପାଟ୍ଟଖଣ୍ଡା ମାର୍କେଟ କମ୍ପ୍ଲେକ୍ସର ସମସ୍ତ ବ୍ୟବସାୟୀ, ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ସଦସ୍ୟ ସାମିଲ୍ ହୋଇ ମା'ଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ଏବଂ ଆୟବ୍ୟୟର ସମସ୍ତ ତଥ୍ୟ ଯଥାଶୀଘ୍ର ସାର୍ବଜନୀନ ଭାବେ ପ୍ରକାଶ କରିବାକୁ ଉକ୍ତ ବୈଠକ ରେ ଦାବି କରାଯାଇଛି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ