ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଦସ୍ୟଙ୍କ ବୃଦ୍ଧା ଆଶ୍ରମରେ ଫଳ ବଣ୍ଟନ

Nov 11, 2024 - 19:40
 0  9
ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଦସ୍ୟଙ୍କ ବୃଦ୍ଧା ଆଶ୍ରମରେ ଫଳ ବଣ୍ଟନ

ମାନବ ସେବା ହିଁ ମାଧବ ସେବା। ପ୍ରବାସୀ ଓଡ଼ିଆ ଭାବେ ଦାଦନ ଶ୍ରମିକ ଭାବେ ବାଙ୍ଗାଲୋର ଯାଇ କିଛି ଓଡିଆ ଯୁବକଙ୍କ ମିଳିତ ଉଦ୍ୟମର ପ୍ରବାସୀ ଓଡ଼ିଆ ମାନଙ୍କ ସୁଖ ଦୁଃଖରେ ଛିଡା ହେବା ପାଇଁ ଗଢିଥିଲେ ମା ' ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ଏକ ସେବା ଟ୍ରଷ୍ଟ। ଟ୍ରଷ୍ଟ ଧିରେ ଧିରେ ଆଗକୁ ବଢ଼ିବାରେ ଲାଗିଛି। ଟ୍ରଷ୍ଟ ପକ୍ଷରୁ ପ୍ରତେକ୍ ରବିବାର କିଛି କିଛି ସାହାଯ୍ୟ କରିବା ନିୟମ ରହିଛି। ଏହି ପରିପ୍ରେକ୍ଷିରେ ମା ' ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଭାପତି ଧନେଶ୍ୱର ମହାନ୍ତି ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ମିଳିତ ଭାବେ ପୁନ୍ୟତାୟଃ କାର୍ତ୍ତିକ ମାସରେ ବାଙ୍ଗାଲୋର ସହରରେ ଥିବା ଶ୍ରୀ ଚରଣ ବୃଦ୍ଧା ଶ୍ରମ,ଶ୍ରୀ ଚୈତନ୍ୟ ବୃଦ୍ଧା ଶ୍ରମ ଓ ଶ୍ରିଭାନସ ଫାଉଣ୍ଡେସନ ଅନାଥ ଆଶ୍ରମର ପାଖା ପାଖି ୫୦୦ ଲୋକକୁ ସେବା ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ଫଳ, ମୂଳ ଓ ବିସ୍କୁଟ ବଣ୍ଟନ କରିଛନ୍ତି। ଟ୍ରଷ୍ଟ ସଦସ୍ୟ ଙ୍କ ଏଭଳି ମହତ୍ତ୍ଵ କାର୍ଯ୍ୟକୁ ବୃଦ୍ଧ, ବୃଦ୍ଧା ମାନେ ପ୍ରଶଂସା କରିବା ସହିତ ଟ୍ରଷ୍ଟର ଦୀର୍ଘାୟୁ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ