ମାଲକାନଗିରିରେ ଆନ୍ତଃ-ମହାବିଦ୍ୟାଳୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପ୍ରତିଯୋଗିତା ସମ୍ପନ୍ନ

Oct 30, 2026 - 17:36
 0  2
ମାଲକାନଗିରିରେ ଆନ୍ତଃ-ମହାବିଦ୍ୟାଳୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ  ପ୍ରତିଯୋଗିତା ସମ୍ପନ୍ନ

*ମାଲକାନଗିରି, ୩୦ ଅକ୍ଟୋବର ୨୦୨୬:* ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ଆନ୍ତଃ-ମହାବିଦ୍ୟାଳୟ ପ୍ରତିଯୋଗିତା ଆଜି ମାଲକାନଗିରି ମହାବିଦ୍ୟାଳୟଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସାଧୁତାରୁ ସମୃଦ୍ଧି ବିଷୟବସ୍ତୁକୁ ନେଇ ପାଳନ କରାଯାଉଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ବକ୍ତୃତା ଏବଂ କାର୍ଟୁନ୍ ସହ କ୍ୟାପସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାକୁ ବିଚାରକ ମଣ୍ଡଳୀ ଭାବେ ବିଜୟଲକ୍ଷ୍ମୀ ସେଠୀ, ଚନ୍ଦ୍ରକାନ୍ତ ମେହେର, ଲାବା କୌଁର, ଭାରତୀ ଦାଶ, ଇପ୍ସିତା ପ୍ରିୟଦର୍ଶିନୀ କରଣ, ସନ୍ଦୀପ୍ତ କୁମାର ଦାସ, ଆକାଶ ପଡ଼ିଆମି, ସଞ୍ଜୀବ କୁମାର ବୈଦ୍ୟ, ମନୋଜ କୁମାର ମହାନ୍ତି ଏବଂ ଦେବାଶିଷ ସାହୁ ପ୍ରମୁଖ ସୂଚାରୁରୂପେ ପରିଚାଳନା ଓ ମୂଲ୍ୟାଙ୍କନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ବିଜେତା ତାଲିକା ଅନୁଯାୟୀ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ମଡେଲ ଡିଗ୍ରୀ କଲେଜର ଅର୍ପିତା ପ୍ରଧାନ ପ୍ରଥମ, ପିଙ୍କି ଆନାକା ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ତନୁଶ୍ରୀ ରାୟ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଇଂରାଜୀ ପ୍ରବନ୍ଧରେ ମଡେଲ ଡିଗ୍ରୀ କଲେଜର ମମତା ସାହୁ ପ୍ରଥମ, ମହମ୍ମଦ ଉଜୈଫ ଅନସାରୀ ଦ୍ୱିତୀୟ ଏବଂ ବାଲିମେଳା ଡିଗ୍ରୀ କଲେଜର ସଞ୍ଜୀତ ମୁଦୁଲି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ବକ୍ତୃତାରେ ବାଲିମେଳା ଡିଗ୍ରୀ କଲେଜର ମମତା ବେହେରା ପ୍ରଥମ, ପ୍ରତିଭା ସ୍ୱାଇଁ ଦ୍ୱିତୀୟ ଓ ନନ୍ଦିନୀ ଚୌଧୁରୀ ତୃତୀୟ ସ୍ଥାନ ପାଇଥିବା ବେଳେ ଇଂରାଜୀ ବକ୍ତୃତାରେ ମଡେଲ ଡିଗ୍ରୀ କଲେଜର ବିଦିଶା ମହାନ୍ତି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର କୋୟଲ ବାରୋଇ ଦ୍ୱିତୀୟ ଏବଂ ମଡେଲ ଡିଗ୍ରୀ କଲେଜର ବିଭୁରଞ୍ଜନ ଧଳ ତୃତୀୟ ସ୍ଥାନ ହାସଲ କରିଛନ୍ତି। କାର୍ଟୁନ୍-ସହ-କ୍ୟାପସନ୍ ପ୍ରତିଯୋଗିତାରେ ଘଡ଼ାଇ ରେସିଡେନ୍ସିଆଲ୍ ଡିଗ୍ରୀ କଲେଜର ସୁସ୍ମିତା ଢାଲି ପ୍ରଥମ, ବାଲିମେଳା ଡିଗ୍ରୀ କଲେଜର ଚିନ୍ନମ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ଏବଂ ଡ. ଶ୍ୟାମା ପ୍ରସାଦ ଡିଗ୍ରୀ କଲେଜ ର ଅର୍ପିତା ରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗୀତା ଆୟୋଜନ କରିବାରେ ମାଲକାନଗିରି ମହାବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ