ମାଲକାନଗିରିକୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସଂକଳ୍ପ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ

Mar 23, 2026 - 21:21
 0  3
ମାଲକାନଗିରିକୁ ବାଲ୍ୟ ବିବାହ ମୁକ୍ତ କରିବା ଆମର ସଂକଳ୍ପ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ

ମାଲକାନଗିରି,୨୩/୩/୨୬: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଶିଶୁମାନଙ୍କ ସୁରକ୍ଷା ଓ ଅଧିକାରର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରାଥମିକତା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଏକ ଜନଜାତି ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଶିଶୁ ଚାଲାଣ, ସ୍କୁଲ ଡ୍ରପ୍ ଆଉଟ୍, ବାଲ୍ୟ ବିବାହ ଏବଂ ଶିଶୁ ଅତ୍ୟାଚାର ରୋକିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ବା ଖସଡ଼ା ପ୍ରସ୍ତୁତ କରାଯାଉଛି। ସଦସ୍ୟା ଶ୍ରୀମତୀ ନାୟକ କହିଛନ୍ତି ଯେ, ଶିଶୁଙ୍କ ଅପପୁଷ୍ଟି ନିରୀକ୍ଷଣ ସହ ଦାଦନ ଶ୍ରମିକଙ୍କ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ସେଥିପାଇଁ ବିହିତ ପଦକ୍ଷେପ ନିଆଯିବ। ସେହିପରି 'ମିଶନ ବାତ୍ସଲ୍ୟ' ଯୋଜନା ମାଧ୍ୟମରେ ଅନାଥ ଶିଶୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ।ଆଧୁନିକ ସମୟରେ ଶିଶୁମାନେ ଇଣ୍ଟରନେଟ୍ ବ୍ୟବହାର କରୁଥିବାରୁ ସେମାନଙ୍କ ମଧ୍ୟରେ 'ଡିଜିଟାଲ୍ ସେଫ୍ଟି' ବା ଡିଜିଟାଲ୍ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସଦସ୍ୟା ପ୍ରକାଶ କରିଛନ୍ତି। ନିଜ ଗସ୍ତ କ୍ରମରେ ସେ ମାଲକାନଗିରି ଆଦର୍ଶ ଥାନା, 'ପରିବର୍ତ୍ତନ' ଶିଶୁ ଗୃହ ଏବଂ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ପରିଦର୍ଶନ କରି ଶିଶୁଙ୍କ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗ ଓ ସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି ଗସ୍ତ ମାଲକାନଗିରିର ଶିଶୁଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ