ମାଣ୍ଡିଆ (ରାଗି) ସଂଗ୍ରହରେ ନୂଆପଡା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି

ନୂଆପଡା-ଦିନକୁ ଦିନ ମାଣ୍ଡିଆ(ରାଗ)ଚାଷର ଚାହିଦା ଓଡିଶାର ସବୁ ଜିଲ୍ଲା ମାନଙ୍କରେ ବଢିବାରେ ଲାଗିଛି । ନୂଆପଡା ଜିଲ୍ଲାକୁ ମାଣ୍ଡିଆ ଚାଷ ଓ ଏହାର ସଂଗ୍ରହ ପାଇଁ ଡିଏଲପିସି ଅନୁସାରେ ୨୦ହଜାର କୁଇଣ୍ଟାଲ ଲକ୍ଷ ଧାଯ୍ୟ କରି ଥିବା ବେଳେ ଜିଲ୍ଲାର ୨ହଜାର ୬୩୪ ଚାଷି ରାଗି ଚାଷ କରି ୨୦ହଜାର କୁଇଣ୍ଟାଲ ରାଗି ମଣ୍ଡିରେ ବିକ୍ରି କରିଛନ୍ତି । ଜିଲ୍ଲାରେ ଶହେ ପ୍ରତିଶତ ମାଣ୍ଡିଆ ସଂଗ୍ରହ କରି ୯କୋଟି ଟଙ୍କା ଚାଷିମାନେ ଆମଦାନି କରିଥିବାରୁ ରାଗି ସଂଗ୍ରହରେ ନୂଆପଡା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି ।ଏହି ସଫଳତା ପାଇଁ ସମ୍ପୃକ୍ତ ଅଧିକାରୀ ଓ ଚାଷୀ ଭାଇ ମାନଙ୍କୁ ନୂଆପଡା ଜିଲ୍ଲାପାଳ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






